Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସୁବାସ ଚୌହାନଙ୍କ ଟିକେଟ କଟିଲା, ବରଗଡ଼ରୁ ସୁରେଶ ପୂଜାରୀଙ୍କୁ ଲୋକସଭା ପ୍ରାର୍ଥୀ କଲା ବିଜେପି : ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କଲେ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ

23/03/2019 at 7:47 PM

ବରଗଡ୨୩|୩: ଟିକେଟ କଟିବା ପରେ ଅସନ୍ତୋଷ ବଢ଼ିଲା । ଆଜି ମଧ୍ୟରାତ୍ରରେ ବିଜେପି ୨୨ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବରଗଡ଼ ଲୋକସଭା ଆସନ ପାଇଁ ସୁରେଶ ପୂଜାରୀଙ୍କୁ ଟିକେଟ ଦେଇଛି ଦଳ । ଏହି ଆସନରୁ ଟିକେଟ ପାଇବା ପାଇଁ ଆଶାୟୀ ପ୍ରାର୍ଥୀ ସୁବାଷ ଜୋରଦାର୍ ପ୍ରୟାସ ଚଳାଇଥିଲେ । ହେଲେ ସୁବାଷଙ୍କୁ ବରଗଡ଼ରୁ ପ୍ରାର୍ଥୀ ନକରି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିବାରୁ ଅସନ୍ତୋଷ ତେଜିଛି । ସୁବାଷ ଚୌହାନଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ବରଗଡ଼ ପଦ୍ମପୁର ଭେଉଁରିଆ ଛକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଅସନ୍ତୁଷ୍ଟ କର୍ମୀ । ଏହାବ୍ୟତୀତ ସ୍ଥାନୀୟ ବିଧାୟକ ପ୍ରଦୀପ ପୁରୋହିତ ଓ ବିଜେପିର ବିଭିନ୍ନ ପଦାଧୀକାରୀଙ୍କ ବିରୋଧରେ ନାରାବାଜି ଚଳାଇଛନ୍ତି ।

ସୁବାଷ ଚୌହାନଙ୍କ ଟିକେଟ କାଟି ବରଗଡ଼ରୁ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ୨୦୧୯ ନିର୍ବାଚନରେ ସମ୍ବଲପୁର ବଦଳରେ ବରଗଡ଼ରୁ ନିର୍ବାଚନ ଲଢ଼ିବେ ସୁରେଶ ପୂଜାରୀ । ୨୦୧୪ରେ ବିଜେପି ପକ୍ଷରୁ ସମ୍ବଲପୁରରୁ ନିର୍ବାଚନ ଲଢ଼ିଥିଲେ ସୁରେଶ ପୂଜାରୀ । ସମ୍ବଲପୁର ଲୋକସଭା ମଣ୍ଡଳୀ ପାଇଁ କାମ କରିଥିଲେ ହେଁ ସୁରେଶ ପୂଜାରୀଙ୍କୁ ବରଗଡ଼ରୁ ପ୍ରାର୍ଥୀ କରାଯାଇଛି । ଗତ ନିର୍ବାଚନରେ ବରଗଡ଼ରୁ ସୁବାଷ ଚୌହାନଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଆଉ ସେଠାରେ ବିଜେଡ଼ି ପ୍ରାର୍ଥୀ ପ୍ରଭାସ କୁମାର ସିଂଙ୍କ ଠାରୁ ପରାଜୟ ବରଣ କରିଥିଲେ ସୁବାସ । ପ୍ରଭାସଙ୍କୁ ୩,୮୩, ୨୩୦ଟି ଭୋଟ ମିଳିଥିବା ବେଳେ ସୁବାସ ଚୌହାନଙ୍କୁ ମିଳିଥିଲା ୩,୭୨,୦୫୨ । ବିଜୟ ବ୍ୟବଧାନ କମ ଥିଲେ ହିଁ ବିଜେପି ଏଥର ପରିବର୍ତ୍ତନ କରିଛି ପ୍ରାର୍ଥୀ ।  ଆଉ  ବରଗଡ଼ ବିଜୟ ପାଇଁ ନୂଆ ସମୀକରଣ ଆପଣାଇଛି ବିଜେପି ।

ଅନ୍ୟପଟେ ଟିକେଟ ପାଇବା ପରେ ସୁରେଶ ପୂଜାରୀ କହିଛନ୍ତି, ଦଳ ଯାହା ନିଷ୍ପତ୍ତି କରିବ କୁଁ ତାକୁ ମାନିବି । ଦଳର ଏହି ନିଷ୍ପତ୍ତିକୁ ସାକାର କରିବା ପାଇଁ  ଚେଷ୍ଟାକରିବି । ବରଗଡ଼ ମୋର ଜନ୍ମଭୂମି, ଏହି ମାଟି ପାଇଁ କାମ କରିବି । ୨୦୧୪ ନିର୍ବାଚନରେ ବରଗଡ଼ ଲୋକସଭା ଆସନର ଭୂମିକା ରହିପାରିଲା ନାହିଁ । ହେଲେ ଚଳିତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ବରଗଡ଼ ଲୋକସଭା ଆସନର ଭୂମିକା ରହିବ ବୋଲି ଦୃଢ଼ୋକ୍ତି କରିଛନ୍ତି ସୁରେଶ ପୂଜାରୀ । ଏହାସହ ସେ କହିଛନ୍ତି ଖୁବଶୀଘ୍ର ସୁବାଷ ଚୌହାନଙ୍କୁ ନେଇ ବଡ଼ ଖବର ଆସିବ ।

   Related Posts