ରାଜସ୍ଥାନ କଂଗ୍ରେସର ବିଦ୍ରୋହୀ ବିଧାୟକ ସୁରେଶ ଧାକଡଙ୍କ ଝିଅଙ୍କ ଆତ୍ମହତ୍ୟା

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୩: ରାଜସ୍ଥାନର ବାରାଂ ଜିଲ୍ଲାର ଡକ୍ଟର ଜୟ ସିଂ ମେହେଟ୍ଟାଙ୍କ ପତ୍ନୀ ଜ୍ୟୋତି ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ଏବଂ କଂଗ୍ରେସର ବିଦ୍ରୋହୀ ବିଧାୟକ ସୁରେଶ ଧାକଡଙ୍କ ଝିଅ । ସୁରେଶ ଧାକଡ ମଧ୍ୟପ୍ରଦେଶର ପୋହରୀ ଆସନରୁ ବିଧାୟକ ଅଛନ୍ତି। ଜ୍ୟୋତି ଗୁରୁବାର ବିଳମ୍ବିତ ରାତିରେ ନିଜ ଶାଶୁଘର ବାଂଶଖେଡାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ଘଟଣା ଗୁରୁବାର ବିଳମ୍ବିତ ରାତିରେ ଘଟିଥିଲା । କିନ୍ତୁ ଶୁକ୍ରବାର ସକାଳେ ପୋଲିସକୁ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ଜୟ ସିଂ ମେହେଟ୍ଟା ବାରାଂ ଜିଲ୍ଲାର ଶାହାବାଦରେ ଜଣେ ମେଡିକାଲ ଅଫିସର ଅଛନ୍ତି। ମାର୍ଚ୍ଚ ୧୯ ତାରିଖ ରାତି ପ୍ରାୟ ୯ ଟା ସମୟରେ ଜୟ ସିଂ ମେହେଟ୍ଟାଙ୍କ ପତ୍ନୀ ୨୪ ବର୍ଷ ବୟସ୍କା ଜ୍ୟୋତି ବାଶଖେଡା ସ୍ଥିତ ତାଙ୍କ ଶାଶୁ ଘରେ ଫାଶୀ ଲଗାଇ ଦେଇଥିଲେ। ଡେପୁଟି ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ରାତିରେ ଘଟଣା ଘଟିଥିବା ସତ୍ତ୍ବେ ଡକ୍ଟର ଜୟ ସିଂ ମେହେଟ୍ଟା ଏବଂ ତାଙ୍କ ପରିବାରଲୋକ ପୋଲିସକୁ ସକାଳେ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କେଲୱାଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ।

ଘଟଣା ପରେ ମୃତକ ମହିଳାଙ୍କ ବାପଘର ଲୋକମାନେ ମଧ୍ୟ କେଲୱାଡା ଡାକ୍ତରଖାନାରେ ପହଞ୍ଚିଛନ୍ତି। ଝିଅର ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ବିଧାୟକ ସୁରେଶ ରାଠଖେଡା ବେଙ୍ଗାଲୁରୁରୁକେଲୱାଡା ଅଭିମୁଖେ ଯାତ୍ରା କରିଛନ୍ତି। ବହୁ ଲୋକ ଡାକ୍ତରଖାନା ବାହାରେ ଏକାଠି ହେବା ଆରମ୍ଭ କରିଛନ୍ତି । ଏହି ଘଟଣା ପଛରେ ମୁଖ୍ୟତଃ ଘରୋଇ କଳହ ରହିଛି ବୋଲି ପୋଲିସ କହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.