ଗରବା କାର୍ଯ୍ୟକ୍ରମ ପାଇଁ ସୁରଟ ଛାତ୍ରଛାତ୍ରୀ ପିନ୍ଧିଲେ ପିିପିଇ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଲୀ ୧୭/୧୦: ଚଳିତବର୍ଷ କୋଭିଡ-୧୯ ପାଇଁ ସବୁ ପ୍ରକାର ପୂଜାପର୍ବ ଉପରେ କଟକଣା ଲାଗୁ କରାଯାଉଛି। ଏଥିରୁ ବାଦ୍ ପଡିନି ଗରବା। ଏଥର କୌଣସି ପ୍ରକାର ଗରବା କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉ ନାହିଁ। ମହାମାରୀ ବ୍ୟାପିବା ଆଶଙ୍କା ଯୋଗୁ ଲୋକଙ୍କ ଗହଳି କମ୍ କରିବା ପାଇଁ ଏହାକୁ ବନ୍ଦ ରଖାଯାଇଛି। ମାତ୍ର ସୁରଟ ଛାତ୍ରଛାତ୍ରୀଙ୍କ ଏକ ଟିମ ଉତ୍ସବ ପାଳନ ପାଇଁ ନିଆରା ତରିକା ଗ୍ରହଣ କରିଛନ୍ତି। ଗରବା କାର୍ଯ୍ୟକ୍ରମରେ ସେ ପିପିଇ ସୁଟ୍ ପିନ୍ଧିଛନ୍ତି।

ଗରବା ନୃତ୍ୟ ପାଇଁ ପାରମ୍ପରିକ ପୋଷାକ ଆଦି ଲୋକମାନେ ପିନ୍ଧିଥାନ୍ତି। କିନ୍ତୁ ସଂକ୍ରମଣ ଭୟରେ ସେମାନେ ସେଭଳି କିଛି ବେଶ ପୋଷାକ ଧାରଣ କରି ନାହାନ୍ତି। ବରଂ ସେମାନେ ଏହି ପ୍ରୋଟେକ୍ଟିଭ ଗିୟରରେ ପାରମ୍ପରିକ ବେଲଟ ଓ ଓଢ଼ଣି ଲଗାଇଛନ୍ତି। ଗୁଜୁରାଟର ମା ଅମ୍ବାଙ୍କ ପାଖରେ ସେମାନେ ନୃତ୍ୟ କରିବେ। ନବରାତ୍ରର ନଅ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

wp:core-embed/twitter {"url":"https://twitter.com/ANI/status/1316921784403259392","type":"rich","providerNameSlug":"twitter","className":""}
https://twitter.com/ANI/status/1316921784403259392
/wp:core-embed/twitter

ତେବେ ଏମାନଙ୍କ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ନେଟିଜେନମାନେ ଏ ଫଟୋ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଇଛନ୍ତି। ଏହା ସହ ଏମାନଙ୍କ ବେଶପୋଷାକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି କେହି ଏମାନଙ୍କ ଏଭଳି ନୃତ୍ୟ ପରିବେଷଣକୁ ପ୍ରଶଂସା ମଧ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.