ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଲା ୬୬ଟି ବସ୍

Published By : Prameya-News7 Bureau | May 01, 2020 IST

ଭୁବନେଶ୍ୱର ୦୧।୦୫ : ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଲା ୬୬ଟି ବସ୍ । ଏଥିରେ ପ୍ରାୟ ୪ହଜାର ପ୍ରବାସୀ ଓଡିଶା ଫେରୁଛନ୍ତି । ସୁରତ ଜିଲ୍ଲାପାଳଙ୍କ ଅଫିସରେ ୭୦ଟି ବସ୍ ର ପରମିଟ୍ ପାଇଁ ଆବେଦନ କରିଥିଲେ ଓଡ଼ିଆମାନେ । ସୁରତ ଜିଲ୍ଲା ପ୍ରଶାସନ ସବୁ ବସ୍ କୁ ସାନିଟାଇଜ୍ କରିବା ପରେ ଓଡ଼ିଶା ଅଭିମୁଖେ ଛାଡ଼ିଛି । ସୁରତ ସହରର ବିରଭଞ୍ଜନ ସୋସାଇଟି ଓ ବମ୍ରୋଲିରୁ ୧୨ ଟି ବସ୍ ବାହାରିଥିବା ବେଳେ, କୋଡ଼ଦ୍ରାରୁ ୨ ଟି ବସ୍ ଏବଂ ଓଡ଼ିଆ ବହୁଳ ଡାଇମଣ୍ଡ ନଗରରୁ ୫୦ ଟି ବସ୍ ବାହାରିଛି ।

ସେହିପରି କିଛିଦିନ ତଳେ କିଛି ପ୍ରବାସୀ ଓଡିଆ ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରିଥିଲେ । ସମସ୍ତ ଗଞ୍ଜାମରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏବଂ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ ଲାଇନ୍‌ ଅନୁସାରେ ସେମାନଙ୍କୁ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.