ସୁରଟ ଫେରନ୍ତାଙ୍କ ପାଗଳାମି: ବ୍ଲେଡ୍‌ ଧରି ଅଧିକାରୀଙ୍କୁ ଦେଲେ ଧମକ

Published By : Prameya-News7 Bureau | May 05, 2020 IST

 ରମ୍ଭା୫/୫: ସୁରଟ ଫେରନ୍ତାଙ୍କ ବ୍ଲେଡ୍‌ ଧମକ। ଗଞ୍ଜାମ ବ୍ଲକ ଶତ୍ରୁସୋଲ ଆଦର୍ଶ ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଜୈନିକ ସୁରଟ ଫେରାନ୍ତ ପ୍ରବାସୀ ଗୁଟ୍‌ଖା ପୁଡ଼ିଆ ନପାଇ ତୁମୁଳକାଣ୍ଡ କରିଥିବା ଅଭିଯୋଗ ହୋଇଛି । ନିଜ ଆଙ୍ଗୁଠିକୁ ବ୍ଲେଡ୍‌ରେ କାଟି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ଜଳଖିଆରେ ଉପୁମା ତରକାରୀ ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ତୁମ୍ବିତୁଫାନ କରିବା ସହ ଖାଇବାରେ ମାଛ, ମାଂସ ଦେବା ପାଇଁ ପାଟିତୁଣ୍ଡ କରିଥିଲେ ।

କ୍ୱାରେଣ୍ଟାଇନ କେନ୍ଦ୍ରରେ ଏଭଳି ଘଟଣା ପ୍ରଶାସନର ଚିନ୍ତା ବଢ଼ାଇଛି । ଗଞ୍ଜାମ ବ୍ଲକକୁ ସୁରତରୁ ଗଞ୍ଜାମ, ଛତ୍ରପୁର, ସାନଖେମୁଣ୍ଡି ଜଗନ୍ନାଥପ୍ରସାଦ, ଧରାକୋଟ, ବେଲଗୁଣ୍ଠା, ଭଞ୍ଜନଗର ବ୍ଲକ ଅନ୍ତର୍ଗତ ୧୬୩ ଜଣ ପ୍ରବାସୀ ଓଡ଼ିଆ ପହଞ୍ଚି ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟରେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଗୁଟ୍‌ଖା ପୁଡିଆ ଓ ମାଂସ ଯୋଗାଇବା ନେଇ ହଟ୍ଟଗୋଳ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଗୁଟ୍‌ଖା ପୁଡ଼ିଆ ନମିଳିବାରୁ ଜୈନିକ ବ୍ୟକ୍ତି ବ୍ଲେଡ୍‌ରେ ନିଜ ଆଙ୍ଗୁଠି କାଟି କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଭୟଭୀତ କରାଇଥିଲେ । ପରେ ଜଳଖିଆ ଖାଇ ଭିଡିଓ ଭାଇରାଲ କରିଥିଲେ । ଖାଇବାରେ ମାଂସ ଦିଆଯାଇଥିବା ଜଣାପଡ଼ିଛି । କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ପହଞ୍ଚିବାର ୨୪ଘଣ୍ଟା ନହେଉଣୁ ଏପରି ଆଚରଣ ପ୍ରଶାସନ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.