ଦିଲ୍ ଖୋଲିଦେଲେ କମ୍ପାନୀ ମାଲିକ, କର୍ମଚାରୀଙ୍କୁ ବାଣ୍ଟିଲେ ଇଲେକ୍ଟ୍ରିକ୍ ସ୍କୁଟର

Published By : Prameya-News7 Bureau | November 05, 2021 IST

ସୂରଟ ୧୧/୦୫: ଆଲୋକର ପର୍ବ ଦୀପାବଳିକୁ ଖୁବ ଧୂମାଧାମରେ ପାଳିଥାନ୍ତି ଭାରତୀୟ । ତେବେ ପର୍ବ ଅବସରରେ ଅନେକ ସ୍ଥାନରେ କମ୍ପାନୀ ପକ୍ଷରୁ ରିହାତି ଅଫର ବିୁ ଦିଆଯାଏ । କେବଳ ଗ୍ରାହକ ନୁହେଁ ବରଂ କମ୍ପାନୀର କର୍ମଚାରୀ ବି ଦିପାବଳୀ ଉପହାର ପାଇଥାନ୍ତି । କିଏ ମିଠା ପ୍ୟାକେଟ ତ ଆଉ କିଏ ସୁନ୍ଦର ସୁନ୍ଦର ଉପହାର ସବୁ ନିଜ ନିଜର କ୍ରମଚାରୀଙ୍କୁ ଭେଟି ଦେଇଥାନ୍ତି ।

ତଥାପି, ବେଳେବେଳେ କିଛି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ପ୍ରତି ଏତେ ଦୟାଳୁ ମନୋଭାବ ପ୍ରତିପୋଷଣ କରନ୍ତି ଯେ, ଉପହାର ଦେବାର ନିଷ୍ପତ୍ତି ଖବରକାଗଜ ହେଡଲାଇନ୍ ହୋଇଯାଏ । ନିକଟରେ ଗୁଜୁରାଟର ସୁରଟରେ ଅବସ୍ଥିତ ଏକ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ଏମିତି ଉପହାର ଦେଇଛନ୍ତି ଶୁଣିଲେ ଆପଣ ତାଜୁବ ହୋଇଯିବେ ।

wp:html /wp:html

ଏହି କମ୍ପାନୀ ପ୍ରତି କର୍ମଚାରୀଙ୍କୁ ଉପହାର ସ୍ୱରୂପ ଭେଟି ଦେଇଛନ୍ତି ଇଲେକ୍ଟ୍ରିକ୍ ସ୍କୁଟର । ପେଟ୍ରୋଲର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ ଅଧିକାରୀ କହିଛନ୍ତି । କମ୍ପାନୀର ନିର୍ଦ୍ଦେଶକ ସୁଭାଷ ଡାଭାର କହିଛନ୍ତି ଯେ ଇନ୍ଧନ ମୂଲ୍ୟ ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନିଆଯାଇଛି । ସେମାନେ କହିଛନ୍ତି ଯେ ଏହା ସହିତ କର୍ମଚାରୀଙ୍କ ଆର୍ଥିକ ଅବସ୍ଥା ଭଲ ରହିବ।

କର୍ମଚାରୀଙ୍କୁ ସ୍କୁଟର ଉପହାର ଦେଇଥିବା କମ୍ପାନୀ ହେଉଛି ଆଲାଏନ୍ସ ଗ୍ରୁପ୍ । କେବଳ କର୍ମଚାରୀଙ୍କ ପକେଟ ନୁହେଁ, ପରିବେଶକୁ ଦୃଷ୍ଟିରେ ରଖି କମ୍ପାନୀ ମଧ୍ୟ ଏହି ନିଷ୍ପତ୍ତି ନେଇଛି । କମ୍ପାନୀ କହିଛି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବ୍ୟତୀତ ପରିବେଶ ମଧ୍ୟ ଏହା ଦ୍ୱାରା ସୁରକ୍ଷିତ ରହିବ । ଏହାର ଦ୍ୱିଗୁଣ ଲାଭ ହେବ । ତେବେ ଏହି ଉପହାର ସବୁ ଦିଓ୍ୱାଲୀ ଅବସରରେ ବଣ୍ଟନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.