ଗହଣା ବ୍ୟବସାୟୀଙ୍କ ନୂଆ ବ୍ୟବସାୟ : ତିଆରି କରୁଛନ୍ତି ହୀରା ଖଚିତ ମାସ୍କ, ଦାମ୍ ୪ ଲକ୍ଷ ଟଙ୍କା

Published By : Prameya-News7 Bureau | July 10, 2020 IST

ସୁରଟ ୧୦/୦୭ : ଭୟାବହ କରୋନା ଭାଇରସ୍ ଠାରୁ ସୁରକ୍ଷିତ ରହିବା ପାଇଁ ମାସ୍କ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି | ଏଥିପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି | ମାସ୍କ ବ୍ୟବହାର ନ କଲେ ଜରିମାନା ଦେବାକୁ ସରକାର ଗାଇଡଲାଇନ ଜାରି କରିଛନ୍ତି | ବର୍ତ୍ତମାନ ଭାରତୀୟମାନେ ଏହି ଜରୁରୀ ଜିନିଷ ଉପରେ ନଗଦ ଟଙ୍କା ପାଇବା ପାଇଁ ଏକ ଉପାୟ ଖୋଜିଛନ୍ତି । ମହାମାରୀ ସମୟରେ ମଧ୍ୟ ବାହାଘର ଜୋରସୋରରେ ଚାଲିଛି | ନା ବାହାଘର ତାରିଖ ସ୍ଥଗିତ ହେଉଛି ନା ବାହାଘର ବନ୍ଦ ହେଉଛି | ଏହି ସଙ୍କଟ ସମୟରେ ମଧ୍ୟ ବାହାଘର ଚାଲିଛି | ଏହାର ଫାଇଦା ଉଠାଉଛନ୍ତି ଗହଣା ବ୍ୟବସାୟୀ | ଏକ ରିପୋର୍ଟ ଅନୁଯାୟୀ, ବାହାଘର ଶୀଜନ ପାଇଁ ସୁରଟର ଜଣେ ଗହଣା ବ୍ୟବସାୟୀ ହୀରା ଖଚିତ ମାସ୍କ ତିଆରି କରି ବିକ୍ରି କରୁଛନ୍ତି | ଏହି ହୀରା ଖଚିତ ମାସ୍କର ଦାମ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲେଇବ | ମାସ୍କର ଦାମ ଏକ ଲକ୍ଷରୁ ଆରମ୍ଭ କରି ୪ ଲକ୍ଷ ଯାଏଁ ରହିଛି |

{"id":298724,"sizeSlug":"large"}

ଜୁଲାଇ ମାସରେ ୧୦ ଦିନରେ ଗୁଜରାଟରେ ୬ ହଜାର ୬୦୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ପ୍ରତିଦିନ ୭୩୭ ହାରରେ ନୂଆ ମାମଲା ସାମ୍ନାକୁ ଆସୁଛି | ଚଳିତ ମାସରେ ରାଜ୍ୟରେ ୬ ହଜାର ୬୩୭ ମାମଲା ପଞ୍ଜିକୃତ ହୋଇଛି | ରାଜ୍ୟରେ କରୋନା ଭାଇରସର ନୂଆ ହଟସ୍ପଟ ଭାବେ ଚିହ୍ନଟ ହୋଇଛି ସୁରଟ | ବର୍ତ୍ତମାନ ଅହମଦାବାଦରେ କରୋନା ସଂକ୍ରମଣ ମାମଲା ଧୀରେ ଧୀରେ ହ୍ରାସ ପାଇଛି | 

wp:core-embed/twitter {"url":"https://twitter.com/dave_janak/status/1281230950987374593","type":"rich","providerNameSlug":"twitter","className":""}
https://twitter.com/dave_janak/status/1281230950987374593
/wp:core-embed/twitter

ନିକଟରେ ପୁଣେ ଜିଲ୍ଲାର ପିମ୍ପ୍ରି-ଚିଞ୍ଚୱାଡର ବାସିନ୍ଦା ଶଙ୍କର କୁରାଡେ ନିଜର ୨.୮୯ ଲକ୍ଷ ଟଙ୍କା ମୂଲ୍ୟର ସୁନାର ମାସ୍କକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ | ସେ କହିଥିଲେ ଯେ ନିଶ୍ୱାସ ନେବା ପାଇଁ ମାସ୍କରେ କିଛି ଛିଦ୍ର ରହିଛି କିନ୍ତୁ ଏହା କେତେ ପ୍ରଭାବଶାଳୀ ସେ ନେଇ ସେ ନିଶ୍ଚିତ ନୁହନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.