Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଜାରି ହେଲା ସୁରଟ ଅଗ୍ନିକାଣ୍ଡ ଘଟଣାର ସିସିଟିଭି ଫୁଟେଜ : ୪୦ ସେକେଣ୍ଡରେ ବ୍ୟାପି ଯାଇଥିଲା ନିଆଁ

26/05/2019 at 1:01 PM

ସୁରଟ ୨୬/୫ : ସୁରଟ ଅଗ୍ନିକାଣ୍ଡ ଘଟଣାରେ ୨୨ ଯୁବକ ଯୁବତୀଙ୍କ ମୃତ୍ୟୁ ହୋଇଛି ।  ଟ୍ରାନ୍ସଫର୍ମରରୁ ନିଆଁ ବାହାରି ଏକ ଭୟାବହ ଅଗ୍ନିକାଣ୍ଡର ରୂପ ନେଇଥିଲା । ଘଟଣାର ସିସିଟିଭି ଫୁଟେଜ ହାତକୁ ଆସିଛି । ସିସିଟିଭିରେ ସ୍ପଷ୍ଟ ଦେଖାଯାଇଛି କିଭଳି ଟ୍ରାନ୍ସଫର୍ମରରୁ ନିଆଁ ବାହାରିଛି ଏବଂ ହଟାଥ ପୁରା ବିଲଡିଂକୁ ନିଆଁ ବ୍ୟାପି ଯାଇଥିଲା ।

ସପିଙ୍ଗ ସେଣ୍ଟର ତଳେ ଥିବା ଏକ  ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିଲା । ପୁଣି ଅଚାନକ ଟ୍ରାନ୍ସଫର୍ମର ଫାଟି ଯାଇଥିଲା । ଟ୍ରାନ୍ସଫର୍ମରରୁ ବାହାରିଥିବା ନିଆଁ ଦ୍ରୁତ ଗତିରେ ସଂଗେ ସଂଗେ ପୁରା ବିଲଡିଂକୁ ମାଡି ଯାଇଥିଲା ।

ମାତ୍ର ୪୦ ସେକେଣ୍ଡରେ ସପିଙ୍ଗ ସେଣ୍ଟରର ପାହାଚରେ ନିଆଁ ବ୍ୟାପି ଯାଇଥିଲା । ଉପର ମହଲାରେ ଥିବା କୋଚିଙ୍ଗ ସେଣ୍ଟରରେ ସଂଗେ ସଂଗେ ନିଆଁ ବ୍ୟାପି ଯାଇଥିଲା । ଫଳରେ ପିଲାମାନେ ବାହାରକୁ ବାହାରିବା ପାଇଁ ମଉକା ମଧ୍ୟ ପାଇନଥିଲେ ।

ଘଟଣା ପାଇଁ ବିଜୁଳି ବିଭାଗକୁ ଦାୟୀ କରାଯାଇଛି । ବିଜୁଳି ବିଭାଗ ଯଦି ଅକାମି ଟ୍ରାନ୍ସଫର୍ମର ଯାଞ୍ଚ ପୂର୍ବରୁ କରିଥାନ୍ତା ତାହେଲେ ଏତେ ବଡ ଦୁର୍ଘଟଣା ଘଟିନଥାନ୍ତା ।

   Related Posts