Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପେସାରେ ଜଣେ ଡାକ୍ତର : ଯୌତୁକରେ ମାଗିଲେ ୨୫ ଲକ୍ଷ ଟଙ୍କା ଓ ଚାକରାଣୀ

15/06/2019 at 2:06 PM

ସାଧାରଣତଃ ଯୌତୁକରେ ଟଙ୍କା, ଗାଡି, ଟିଭି, ଫ୍ରିଜ, ଏସି ଏବଂ ଅନ୍ୟାନ୍ୟ ଘରକରଣା ଜିନିଷ ଦିଆଯାଇଥାଏ । କିନ୍ତୁ ଗୁଜରାଟର ଜଣେ ଡାକ୍ତର ଯୌତୁକରେ ଚାକରାଣୀ ଦାବି କରିଥିଲେ । ଡାକ୍ତରଙ୍କ ଦାବିକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଅହମଦାବାଦର ଡାକ୍ତର ଶ୍ୱେତାବେନ ନିଜ ସ୍ୱାମୀ ଡାକ୍ତର ଆଶିଷ ପଟେଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଉଭୟଙ୍କ ବିବାହ ୨୦୧୮ ମସିହାରେ ହୋଇଥିଲା । ବିବାହ ପରଠୁ ଶ୍ୱେତାଙ୍କୁ ଶ୍ୱଶୁରଘର ଲୋକ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଶ୍ୱଶୁରଘର ଲୋକ ତାଙ୍କ ସହ ଚାକରାଣୀ ଭଳି ବ୍ୟବହାର କରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏପଟେ ଶାଶୁ କହୁଥିଲେ ଡାକ୍ତର ହେଲେ ମଧ୍ୟ ଘରର ସବୁ କାମ କରି ଚାକିରୀ କରିବାକୁ ଯିବୁ । ସବୁ କାମ କରିସାରିବା ପରେ ମଧ୍ୟ ତାଙ୍କୁ ଟିକିଏ ଆରାମ ମିଳୁନଥିଲା । 

Portrait an unknown male doctor holding a stethoscope behind

ଶ୍ୱେତା କହିଛନ୍ତି ଯେ, ସେ ଯେତେବେଳେ ବି ନିଜ ବାପା ଘରକୁ ଯିବା କଥା କୁହନ୍ତି ତାଙ୍କୁ ଶାଶୂଘର ଲୋକ ମନା କରିଥାନ୍ତି । ସେ ଗଲେ ଘର କାମ କିଏ କରିବ କହି ମନା କରିଦିଅନ୍ତି । ଏହାପରେ ୨୦୧୮ ଜୁନ ମାସରେ ତାଙ୍କ ସ୍ୱାମୀ ତାଙ୍କୁ ବାପା ଘରକୁ ପଠାଇ ଦେଇଥିଲେ ।  ପତ୍ନୀକୁ ବାପା ଘରକୁ ପଠାଇ ଶ୍ୱଶୁରକୁ ଧମକ ଦେଇଥିଲେ ଡାକ୍ତର ଜ୍ୱାଇଁ । କହିଥିଲେ, ଝିଅକୁ ପୁଣିଥରେ ସ୍ୱାମୀ ପାଖକୁ ପଠାଇବାର ଥିଲେ ୨୫ ଲକ୍ଷ ଟଙ୍କା ଏବଂ ସାଙ୍ଗରେ ଏକ ଚାକରାଣୀ ପଠାଇବ । ଡାକ୍ତର ଶ୍ୱେତା ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛି ।

   Related Posts