Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ମୁମ୍ବାଇ ହୀରା କମ୍ପାନୀ ଏବେ ସୁରଟ ମୁହାଁ, ବଢୁଛି ପ୍ରପର୍ଟି ଦର

21/02/2021 at 8:48 PM

ସୁରଟ ୨୧।୨: ଖଜୋଦରେ ହେବାକୁ ଯାଉଥିବା ଦେଶର ବୃହତ୍ତ ଡାୟମଣ୍ଡ ବ୍ରୁଜ ( ଆଭୁଷଣ ବଜାର) ଗୁଜରାଟର ଆର୍ଥକ ରାଜଧାନୀ ସୁରାଟର କାୟାକଳ୍ପ କରିବାକୁ ଯାଉଛି।  ଜୁନ୍‌ ୨୦୨୨ରୁ ହୀରା ବ୍ୟବସାୟର ପେଣ୍ଠ ହେବାକୁ ଯାଉଛି ସୁରଟ।  ଏଥିଲାଗି ୬ଲକ୍ଷ ବର୍ଗଫୁଟ ପରିମିତ ଅଞ୍ଚଳରେ ବିଶାଳ ହୀରା ବଜାରର ନିର୍ମାଣ ଏବେ ଦ୍ରୁତଗତିରେ ଚାଲିଛି।

୨ହଜାର ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ବିଶାଳ ବଜାରରେ କାର୍ଯ୍ୟାଳୟ ଆବଣ୍ଟନ ହୁଏତ ଚଳିତବର୍ଷ ଏପ୍ରିଲ ଅଥବା ମେ ମାସରୁ ଆରମ୍ଭ ହୋଇପାରେ। ଏଥିରେ ମୁମ୍ବାଇର ଅନେକ ହୀରା ବ୍ୟବସାୟୀ ନିଜର ବ୍ୟବସାୟ ବିସ୍ତାର କରିବାକୁ ଯାଉଥିବା ବେଳେ ସେମାନେ ସୁରଟ ସ୍ଥାନାନ୍ତର ଲାଗି ପ୍ରସ୍ତୁତି କରିସାରିଲେଣି।

ଏଥିରେ ଡାଇମଣ୍ଡ ବୁର୍ଜ ଆରମ୍ଭ ହେବାର ତିଥି ଯେତିକ ଯେତିକି ପାଖଉଛି ମୁମ୍ବାଇରୁ ସେତିକି ସଂଖ୍ୟାରେ ବ୍ୟବସାୟୀ ସୁରଟ ପହଞ୍ଚିବାରେ ଲାଗିଲେଣି। ଏଥିରେ ସେମାନେ ପ୍ରପର୍ଟି କିଣାକିଣି କରୁଥିବା ବେଳେ ଏବେ ସୁରଟରେ ପ୍ରପର୍ଟି ରେଜିଷ୍ଟ୍ରେସନ ଲାଗି ଲୋକଙ୍କୁ ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡୁଛି। ସେପଟେ ମୁମ୍ବାଇରୁ ସୁରଟ ଆସୁଥିବା ବ୍ୟବସାୟୀଙ୍କୁ ମୁମ୍ବାଇ ଭଳି ସୁବିଧା ସୁଯୋଗ ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା ହେଉଛି।

ସୁରଟର ଅଧିକାଂଶ ହୀରା ବ୍ୟବସାୟୀଙ୍କ କର୍ପୋରେଟ ଅଫିସ ଏବେ ନୂଆ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଅଛି। ଏହା ଛଡା ବୋରିଭଲି, ମଲାଡ, ଗୋରେଗାଓଁ ଏବଂ ଦହିସର ଅଞ୍ଚଳରେ ମଧ୍ୟ ଅନେକ ହୀରା ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଏଣୁ ଏହି ସବୁ ସଂସ୍ଥାମାନେ ଏବେ ସୁରଟରେ ନିଜର ଆସ୍ଥାନ ଜମାଇବେ। ଏଣୁ ବ୍ୟବସାୟୀମାନେ ଡାଇମଣ୍ଡ ବ୍ରୁଜ୍‌ରେ ନିଜ ଲାଗି ସ୍ଥାନ ଖୋଜୁଛନ୍ତି।

ଡାଇମଣ୍ଡ ବ୍ରୁଜ୍ ଭାଇସ୍‌ ଚେୟାରମ୍ୟାନ ଆଶିଷ ଦୋଶୀ ଜୁନ୍‌ ୨୦୨୨ ସୁଧା ଏଠାରେ ବ୍ୟବସାୟ ବଣିଜ ଆରମ୍ଭ ହୋଇଯିବ ବୋଲି କହିଛନ୍ତି। ବ୍ୟବସାୟକୁ ଦୃଷ୍ଟିରେ ରଖି ଏଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା ମଧ୍ୟ ହେଉଛି। ଏଥିଲାଗି ଏଠାରେ ଏକ ମେଟ୍ରୋ ରେଳ ଷ୍ଟେସନ ମଧ୍ୟ ସ୍ଥାପିତ ହେବ। କାର୍ଯ୍ୟ ଏବେ ଦ୍ରୁତଗତିରେ ଚାଲିଛି। ଏହି ମେଟ୍ରୋରେ ପିକ୍ ଆୱାରରେ ଏକକାଳୀନ ୨୫ ହଜାର ଲୋକେ ଯାତ୍ରା କରିବାର ବ୍ୟବସ୍ଥା ହେଉଥିବା ଦୋଶୀ କହିଛନ୍ତି।  ସେହିପରି ଡାୟମଣ୍ଡ ବ୍ରୁଜ୍ ରେ ଏକକାଳୀନ ୫୦ ହଜାର କର୍ମଚାରୀ କାମ କରିବାର ମଧ୍ୟ ବ୍ୟବସ୍ଥା ହୋଇଥିବାର ସେ ସୂଚନା ଦେଇଛନ୍ତି।

   Related Posts