ପୋଲିସର ଦାଦାଗିରି : ବ୍ୟାଙ୍କ ଭିତରେ ମହିଳା କର୍ମଚାରୀଙ୍କୁ ମାରପିଟ, ସାରା ଦେଶରେ #ShameSuratPolice ନାରା

Published By : Prameya-News7 Bureau | June 24, 2020 IST

ସୁରଟ ୨୪/୦୬ : ଏବେ ଏକ ଖବର ଉପରେ ନଜର ପକାଇବା ଯେଉଁଥିରୁ ଆପଣ ଜାଣିପାରିବେ ସୁରଟ ପୋଲିସ କେତେ ପାରିବାର, କେତେ ସ୍ମାର୍ଟ ଏବଂ ପିପୁଲ୍‌ ଫ୍ରେଣ୍ଡଲି । ସୁରଟର ଏକ ବ୍ୟାଙ୍କରେ ଜଣେ ପୋଲିସ କର୍ମଚାରୀ ଏମିତି କାମ କରିଛନ୍ତି ଯେ କଥାକୁ ନିର୍ମଳା ସୀତାରମଣ ଟ୍ବିଟ କରିଛନ୍ତି।

{"id":291049,"sizeSlug":"large"}

ସମୟ ପ୍ରାୟ ୪ଟା ୧୫ । ସୁରଟର କାନାରା ଇ ସିଣ୍ଡିକେଟ ବ୍ୟାଙ୍କକୁ ଆସୁଛନ୍ତି ଏହି ପୋଲିସ କର୍ମଚାରୀ । ଧଳା ସାର୍ଟ ଖୁବ ସ୍ମାର୍ଟ ଏବଂ ସାଧାସିଦା । ବ୍ୟାଙ୍କ କର୍ମଚାରୀଙ୍କ ସହିତ କଥା ହେଉଛନ୍ତି। କିଛି ଗୋଟିଏ କାରଣ ପାଇଁ ଯୁକ୍ତିତର୍କ ହେଉଛି.।  ତାପରେ ପୋଲିସ କର୍ମଚାରୀ  ବ୍ୟାଙ୍କର ନୋ ଏଣ୍ଟ୍ରି ଜୋନ୍‌କୁ ପ୍ରବେଶ କରୁଛନ୍ତି । ଆଉ ସିଧା ଜଣେ ମହିଳା କର୍ମଚାରୀଙ୍କୁ  ଧକାମୁକି ମାରିବାରେ ଲାଗିଛନ୍ତି। ସୁରଟ ପୋଲିସର ଏମିତି କାରନାମା ସାରା ଦେଶର ଚର୍ଚ୍ଚାର ବିଷୟ ହୋଇଛି.। ସୋସିଆଲ ମିଡିଆରେ #ShameSuratPoliceର ନାରା ବାଜୁଛି । 

wp:core-embed/twitter {"url":"https://twitter.com/nsitharaman/status/1275693398196961289","type":"rich","providerNameSlug":"twitter","className":""}
https://twitter.com/nsitharaman/status/1275693398196961289
/wp:core-embed/twitter

ଜଣାପଡି଼ଛି ଏ ହେଉଛନ୍ତି  ଜଣେ ପୋଲିସ କନଷ୍ଟେବଳ। ସାଙ୍ଗରେ ବି ତାଙ୍କ ବନ୍ଧୁ ଆସିଥିଲେ। ମହିଳା କର୍ମଚାରୀଙ୍କୁ ଧକା ମାରିବା ସହ ସେ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ଧକା ମାରୁଛନ୍ତି । ଏମିତିକି ବେଶ୍‌ କିଛି ଦିନ ଧରି ସେ ସେଠାରେ ଆତଙ୍କରାଜ ଖେଳାଇଥିଲେ। ପର୍ସରୁ ପୋଲିସ କାର୍ଡ ଧରି ଧମକ ଚମକ ଦେଉଛନ୍ତି। ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚିନ୍ତାବ୍ୟକ୍ତ କରିଛନ୍ତି ପୋଲିସବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  ଘଟଣାକୁ ନେଇ ବ୍ୟାଙ୍କ କର୍ମଚାରୀ ୟୁନିୟନ ମଧ୍ୟ ଖଡ଼ଗହସ୍ତ ହୋଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଘଟଣାକୁ ଗୁରତର ସହିତ ନେଇଛନ୍ତି ସୁରଟ ପୋଲିସ କମିଶନର। ବ୍ୟାଙ୍କକୁ ଯାଇ ପୋଲିସ ତଦନ୍ତ କରିଛି। ସଂପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.