ସୁରଟ ଅଗ୍ନିକାଣ୍ଡ ଘଟଣାର ନୂଆ ଖୁଲାସା : କୋଚିଂ ସେଣ୍ଟରରେ ଚେୟାର ବଦଳରେ ବ୍ୟବହାର ହେଉଥିଲା ଟାୟାର

Published By : Prameya-News7 Bureau | May 27, 2019 IST


ସୁରଟ ୨୭/୫ : ତକ୍ଷଶିଳା ବିଲଡିଂରେ ଅଗ୍ନିକାଣ୍ଡ ଘଟଣାର ଅନେକ ଦାୟିତ୍ବହୀନ କାର୍ଯ୍ୟ ସାମ୍ନାକୁ ଆସିଛି । କୋଚିଂ ସେଣ୍ଟରର ଚାଟ ମାତ୍ର ୫ ଫୁଟ ଉଚ୍ଚ ଥିଲା । କୋଚିଂ ସେଣ୍ଟରରେ ଚେୟାର ବଦଳରେ ଟାୟାର ବ୍ୟବହାର କରାଯାଉଥିଲା । କ୍ଲାସ ରୁମ ଭିତରେ ଫ୍ଲେକ୍ସ ମଧ୍ୟ ଥିଲା । ଯେଉଁଥିପାଇଁ ନିଆଁ ଖୁବ ଶୀଘ୍ର ବ୍ୟାପି ଯାଇଥିଲା । ମୁଖ୍ୟ ସଚିବ ରବିବାର ଦିନ ଯାଞ୍ଚ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହିସବୁ ତଥ୍ୟ ସାମ୍ନାକୁ ଆସିଥିଲା । ଅଗ୍ନିଶମ ବିଭାଗ ମଧ୍ୟ ବିଳମ୍ବରେ ପହଁଚିଥିବା ପ୍ରଶାସନ ସ୍ୱୀକାର କରିଛି । ଅଗ୍ନିକାଣ୍ଡରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି ।

{"id":116462}


ମୁଖ୍ୟ ସଚିବ କହିଛନ୍ତି ଯେ, ଉଚ୍ଚ କ୍ଷମତା ସମ୍ପନ୍ନ ଫାୟାର ଟେଣ୍ଡର ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଥିଲା । କାରଣ ଘଟଣାସ୍ଥଳରୁ ତାହା ୪୫ ମିନିଟ ଦୂରରେ ରହିଥିଲା । ଘଟଣାରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

{"id":116463}


କ୍ରାଇମବ୍ରାଞ୍ଚ ଦୁଇ ବିଲଡର ଜିଗନେଶ୍ ପାଘଦାଡ ଏବଂ ହର୍ଷୁଲ ବେକରିଆଙ୍କୁ ଗିରଫ କରିଛି । ସେତେବେଳେ ସେମାନେ ଏକ ଦୋକାନରେ ଜଳଖିଆ କରୁଥିଲେ । ଜିଗନେଶ୍ ତକ୍ଷଶିଳା ଆର୍କେଡ଼ର ମୁଖ୍ୟ ବିଲଡର । ହର୍ଷୁଲ ତାଙ୍କ ପାର୍ଟନର । ଅନ୍ୟ ପାର୍ଟନରଙ୍କ ସମ୍ପର୍କରେ ଯାଞ୍ଚ କରୁଛି ପୋଲିସ ।

{"id":116464}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.