ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ

Published By : Prameya-News7 Bureau | July 30, 2021 IST

ଭଞ୍ଜନଗର ୩୦।୭: ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଦେଲେ ମାଟ୍ରିକ୍ ପରୀକ୍ଷା । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଫଲାଇନରେ ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ପ୍ରଥମ ବିଷୟ ପରୀକ୍ଷା ଦେଇଛନ୍ତି ବିଧାୟକ । ଶୁକ୍ରବାର ବିଧାୟକ କରସ୍ପଣ୍ଡେଣ୍ଟ କୋର୍ସରେ ପରୀକ୍ଷା ଦେଉଛନ୍ତି ।

ପରୀକ୍ଷା କେନ୍ଦ୍ରେ ମୋଟ୍ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାବେଳେ ଅଣ ସ୍କୁଲ ଭାବରେ ୨୫ ଜଣ ଛାତ୍ର ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପରୀକ୍ଷା ଦେଉଛନ୍ତି । ସେଣ୍ଟରରେ ସାନିଟାଇଜର ବ୍ୟବସ୍ଥା, ସିସିଟିଭି କ୍ୟାମେରା ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯାଇଛି ।

ଅନ୍ୟପଟେ ବିଧାୟକଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସ୍କୁଲକୁ ଜଣାଇଥିଲେ । ତେଣୁ ତାଙ୍କ ପାଇଁ ସତନ୍ତ୍ର କକ୍ଷର ଆୟୋଜନ କରାଯାଇଛି । ଯଦି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ତାହାହେଲେ ବିଧାୟକ ସମସ୍ତ ପରୀକ୍ଷାର୍ଥୀଙ୍କ ସହିତ ପରୀକ୍ଷା ଦେବେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ୩ ଥର ବିଧାୟକ ହୋଇଥିଲେ ମଧ୍ୟ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି ।

{"id":488204,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.