Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜନୀତିରେ ରାମାୟଣ-କେଉଁ ଦଳରେ କିଏ ରାମ କିଏ ରାବଣ ଅଛନ୍ତି ସୂଚନା ଦେଲେ ସୁର ରାଉତରାୟ

ଭୁବନେଶ୍ବର ୭/୧୦: କାଲି ରାବଣ ପୋଡି । ଦଶହରାର ଶେଷ ପର୍ବ । ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତ୍ତା ଦେବାକୁ ପାଳନ ହେଉଛି ଏହି ପର୍ବ । ଆଉ ସେପଟେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ରାମ ରାବଣ ଖୋଜା । କେଉଁ ଦଳରେ କିଏ ରାମ ଆଉ କିଏ ରାବଣ ତାକୁ ନେଇ ନେତାଏ କରିଛନ୍ତି ତର୍ଜମା । କେବଳ ଏତିକି ନୁହେଁ କିଛି ନେତା ନିଜକୁ  ହନୁମାନ କହିବାକୁ ବି ପଛାଉ ନାହାନ୍ତି ।

ରାଜନୀତିରେ ରାମାୟଣ । ରାଜ୍ୟ ରାଜନୀତିରେ କିଏ ରାମ କିଏ ରାବଣ ଆଉ କିଏ ହନୁମାନ । ନେତାଙ୍କ ଭିତରେ ଚାଲିଛି ବାକ୍ୟବାଣ । ଦଶହରାର ରାବଣ ପୋଡି ପୂର୍ବରୁ ରାଜ୍ୟ ରାଜନୀତିରେ ନେତାଙ୍କ ଭିତରେ ଚାଲିଛି ରାମ ରାବଣ ଚରିତ୍ର ଖୋଜା ।  ଏଭଳି ସମୟରେ ସୁର ରାଉତରାୟ ହିଁ ଖୋଜା ପଡ଼ନ୍ତି। କାରଣ  ରାଜନୀତିର ରାମ ରାବଣକୁ ସେହିଁ ବ୍ୟାଖ୍ୟା କରିପାରନ୍ତି।

କେବଳ କଂଗ୍ରେସ ନେତା ନୁହଁନ୍ତି ବିଜେପି ନେତାଏ ଓ ବିଜେଡିର କିଛି ନେତା ରାଜ୍ୟ ରାଜନୀତିକୁ ରାମାୟଣ ସହ ଯୋଡିବାକୁ ପଛାଇ ନାହାନ୍ତି । ରାମାୟଣର ଉପାଖ୍ୟାନ କିଏ ଅଧିକ କରିପାରିବ ଯେତେବେଳେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାହାଣି  ଅଛନ୍ତି।  ସେ ନିଜକୁ ହନୁମାନ ଭାବେ ଦେଖୁଛନ୍ତି କିନ୍ତୁ ତାଙ୍କ ପାଇଁ ରାମ କିଏ ତାହା ବି ଶୁଣିନିଅନ୍ତୁ।

ରାମାୟଣର ଉପାଖ୍ୟାନ ଦାମବାବୁଙ୍କ ତୁଣ୍ଡରୁ ଶୁଣିନିଅନ୍ତୁ। ସେ ରାବଣ ଚରିତ୍ରକୁ ବ୍ୟାଖ୍ୟା କରିଛନ୍ତି।

ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତ୍ତା ଦେବାକୁ ହେଉଛି ରାବଣ ପୋଡି । ହେଲେ ରାଜନୀତିରେ ଏବେ ରାମ ରାବଣ ଖୋଜା ରାଜ୍ୟ ରାଜନୀତିକୁ  ସରଗରମ କରିଛି ।

348 Views

   ସମ୍ବନ୍ଧିତ ଖବର