Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଧାୟକ ହେଉ ହେଉ ଜଟଣୀ ଫ୍ଲାଏ ଓଭର ବ୍ରିଜ୍ କାମ ସାରିବା ପାଇଁ ପୂଜାର୍ଚ୍ଚନା କଲେ ସୁର ରାଉତରାୟ

30/05/2019 at 1:30 PM

ଖୋର୍ଦ୍ଧା ୩୦|୫: ଫ୍ଲାଏ ଓଭର ବ୍ରିଜ୍ କାମର ତ୍ବରାନ୍ବିତ ପାଇଁ ଜଟଣୀ ବିଧାୟକଙ୍କ ପୂଜା ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଜଟଣୀ ପ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ ବନ୍ଦ ହୋଇ ପଡିଛି । ଏହି କାମକୁ ତ୍ବରାନ୍ବିତ କରିବା ପାଇଁ ଜଟଣୀ ବିଧୟକ ସୁରେଶ କୁମାର ରାଉତରାୟ ନିଜ ସମର୍ଥକଙ୍କ ସହିତ ଫ୍ଲାଏ ଓଭର ବ୍ରିଜ୍ ନିକଟକୁ ଆସି  ନଡିଆ ବାଡେଇ ପୂଜା ଅର୍ଚ୍ଚନା କରିଛନ୍ତି । ଏଥିରେ ଖୋର୍ଦ୍ଧା ଆର ଆଣ୍ଡ୍ ବି ସହକାରୀ ଯନ୍ତ୍ରୀ ପୁର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ଆଗାମୀ ଦେଢ ବର୍ଷ ଭିତରେ ଜଟଣୀ ଫ୍ଲାଏ ଓଭର ବ୍ରିଜ୍ କାମ ସରିବ ବୋଲି ସହକାରୀ ଯନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଧାୟକ ହେବା ପରେ ପରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆକ୍ସନ ମୋଡରେ ନଜର ଆସୁଛନ୍ତି । ସରକାରୀ ଅଧିକାରୀଙ୍କ ମାଧ୍ୟମରେ ଜଟଣୀର ବିକାଶ ପାଇଁ ସେ ଉଦ୍ୟମ କରିବେ । ଏଥିରେ କୌଣସି ସରକାରୀ ଅଧିକାରୀ ଯଦି ସହଯୋଗ ନକରନ୍ତି ତାହେଲେ ରାଜରାସ୍ତାରେ ଲଢେଇ ହେବ ବୋଲି ଜିତିବା ପରେ ସୁରେଶ ରାଉତରାୟ ଚେତାବନୀ ଦେଇଥିଲେ । ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ପରାସ୍ତ କରି କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ ବିଜୟୀ ହୋଇଛନ୍ତି । 

   Related Posts