Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ସୁରଙ୍କ ପାଇଁ କୋଭିଡ୍ ଗାଇଡଲାଇନ୍ସ ନାହିଁ ? ଆନ୍ଦୋଳନ ନାମରେ ଅନେକ ଲୋକଙ୍କ ପାଇଁ ସଂକ୍ରମଣର ଆଶଙ୍କା ସୃଷ୍ଟି କଲେ ବିଧାୟକ

24/08/2020 at 7:41 PM

ଭୁବନେଶ୍ୱର, ୨୪|୦୮: ଏବେ ପ୍ରଚାରର ଯୁଗ । ଯିଏ ଯେତେ ଚିଲେଇଲେ ସିଏ ସେତେ ମାଇଲେଜ୍ ନେଲା । ଏମିତି ଢଙ୍ଗ ହେଉଛି ଆମ ରାଜନେତାଙ୍କର । କୋଭିଡ୍-୧୯ ଭାଇରସ ବା କରୋନା ପାଇଁ ଏହି ନେତା ବହୁତ ଚିତ୍କାର କରୁଛନ୍ତି । କିନ୍ତୁ ନିଜ ବେଳକୁ ନିୟମ ଫୁସ୍ । ମାନେ ସେ ନିଜେ କୋଭିଡ୍ ଗାଇଡଲାଇନ ବା ନିୟମକାନୁନ ମାନନ୍ତି ନାହିଁ । ଆନ୍ଦୋଳନ ନାଁରେ ନିଜେ ଅନେକ ଲୋକଙ୍କ ପାଇଁ ଅଡୁଆ ସୃଷ୍ଟି କରୁଥିଲେ ବି ସେଥିପ୍ରତି ଦୃଷ୍ଟି ନାହିଁ । ଅଡୁଆ କହିଲେ କମ୍ ହେବ ବିପଦ କହିଲେ ଯଥାର୍ଥ ହେବ । ଆମେ ଏହା କହୁଛୁ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଏକ କାରନାମାକୁ ନେଇ । ସୁର ବାବୁ ସୋମବାର ଦିନ ଏକ ଘରୋଇ ଡାକ୍ତରଖାନା ଆଗରେ କିଛି ଅନୁଗତ ଓ ସମର୍ଥକଙ୍କୁ ନେଇ ଧାରଣାରେ ବସିଥିଲେ । ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଧାରଣା ଦେଇଥିଲେ । କିନ୍ତୁ ରୋଗୀଙ୍କ ପାଇଁ ଚିତ୍କାର କରିବା ବେଳେ ସେ ଯେ ଅନେକ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଯେ ବିପଦର ଆଶଙ୍କା ସୃଷ୍ଟି କରୁଛନ୍ତି, ତାହା ଭୁଲି ଯାଇଥିଲେ କିମ୍ବା ଜାଣିଶୁଣି ବେପାରୁଆ ଢଙ୍ଗରେ ନିୟମକୁ ଫୁ କରିଦେଇଥିଲେ ।

ଘଟଣାଟି ହେଲା, ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନା ଆଗରେ ବିଧାୟକ ସୁର ରାଉତରାୟ  ଓ ତାଙ୍କ ସମର୍ଥକମାନେ ଧାରଣା ଦେଇଥିଲେ । ଧାରଣାସ୍ଥଳରେ ବସିବା ବେଳେ ଜନ ପ୍ରତିନିଧି ଭୁଲି ଯାଇଥିଲେ ଜନତାଙ୍କ ସୁରକ୍ଷା କଥା । ନିଜେ ତ ମାସ୍କ ପିନ୍ଧି ନଥିଲେ,ଧାରଣାସ୍ଥଳରେ ଉପସ୍ଥିତ କିଛି ସମର୍ଥକଙ୍କ ମୁହଁରେ ବି ମାସ୍କ ନଥିଲା । ସାମାଜିକ ଦୂରତା ବା ସୋସିଆଲ ଡିଷ୍ଟାନ୍ସିଂ ମଧ୍ୟ ବିଲକୁଲ ନଥିଲା । କୋଭିଡ୍ ଗାଇଡଲାଇନ୍ସ ମାନିବାକୁ ସରକାର ଓ ପ୍ରଶାସନର କଡା ତାଗିଦା । ମାସ୍କ ନଥିଲେ ହଜାରେ ଜରିମାନା । ଅଥଚ ଜଣେ ଦାୟିତ୍ୱସମ୍ପନ୍ନ ଜନ ପ୍ରତିନିଧି, ଜଣେ ବରିଷ୍ଠ ରାଜନେତା ଓ ଜଣେ ପୂର୍ବତନ ମନ୍ତ୍ରୀ ହୋଇ ମଧ୍ୟ ସୁରବାବୁ କିପରି ଜନତାଙ୍କ ସୁରକ୍ଷା ଓ ନିରାପତ୍ତା ଭୁଲିଗଲେ ? କୋଭିଡ୍ ନିୟମକୁ କିପରି ପାସୋରି ଗଲେ ? ଲୋକଙ୍କ ପାଇଁ ଆନ୍ଦୋଳନକୁ ଡେଇଁ ପଡୁଥିବାର ବାହାଦୁରି ନେଉଥିବା ସୁର ବାବୁ ସେହି ଲୋକଙ୍କ ସମୁହ ସୁରକ୍ଷା କଥା କିପରି ଚିନ୍ତା କଲେନି ? ଆମେ ସୁରବାବୁଙ୍କ ଆନ୍ଦୋଳନକୁ ଭୁଲ କହୁନୁ କିମ୍ବା ସମାଲୋଚନା କରୁନୁ । ଆମେ ସମୁହଙ୍କ ପ୍ରତି ତାଙ୍କ ଦାୟିତ୍ୱକୁ ପ୍ରଶ୍ନ କରୁଛୁ । ଆନ୍ଦୋଳନ କରିବା ଲୋକଙ୍କ ସ୍ୱାର୍ଥ ପାଇଁ ଲଢିବା ଠିକ୍ କଥା । କିନ୍ତୁ ଏହା ଅର୍ଥ ନୁହେଁ ଯେ ଗୋଟିଏ ଠିକ୍ ବା ଭଲ କାମ ପାଇଁ ଆମେ ନିୟମ ଭାଙ୍ଗିବା । ଜନ ସମୁହଙ୍କ ସ୍ୱାର୍ଥ ବିରୋଧରେ ଯିବା । ନିକଟରେ ସୁପ୍ରିମକୋର୍ଟ ଏକ ମାମଲାରେ ଜଣେ ଆଇନଜୀବୀଙ୍କୁ ଏହି ଢଙ୍ଗରେ ସମାଲୋଚନା କରିଛନ୍ତି । ଶହେ ଭଲ କାମ ପାଇଁ ଦଶଟି ଭୁଲକୁ ଲାଇସେନ୍ସ ଦିଆଯାଇ ନପାରେ । ସୁର ବାବୁ ଜଣଙ୍କ ପାଇଁ ଆନ୍ଦୋଳନ କରିବା ବେଳେ ଅନ୍ୟମାନଙ୍କ ସୁରକ୍ଷା ଓ ନୀତି ନିୟମ ଆଇନ କାନୁନର ସୁରକ୍ଷା କଥା ଚିନ୍ତା କରିବା ଉଚିତ୍ ଥିଲା । ଯଦି ଏପରି ସ୍ଥିତିରେ ସୁରଙ୍କ ସହ ଥିବା କେହି ଆନ୍ଦୋଳନକାରୀ କରୋନା ସଂକ୍ରମିତ ହୁଅନ୍ତି  ତେବେ ପରିସ୍ଥିତି କଣ ହେବ ତାହା ଅନୁମେୟ । କେବଳ ସେତିକି ନୁହେଁ ଅନ୍ୟ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ପ୍ରଭାବିତ ତଥା ସଂକ୍ରମିତ ହେବା ଆଶଙ୍କା ରହିଛି ।  ଭଗବାନ କରନ୍ତୁ ନେତାଙ୍କ ଏପରି ଅସୁରକ୍ଷିତ ଆନ୍ଦୋଳନ ଅନ୍ୟମାନଙ୍କୁ ବିପଦ ନହେଉ ।

   Related Posts