'ତୋ ଘରୁ ଦେଇଥିଲୁ… ପେଡିରୁ ଦେଇଥିଲୁ…ଗଣିକି ଦେଇଥିଲୁ...ଏମିତି ଦେଲା ବାଲା...' ଏଭଳି କେତେ କ'ଣ କହି ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କଲେ ସୁର ରାଉତରାୟ

Published By : Prameya-News7 Bureau | December 01, 2020 IST

ଭୁବନେଶ୍ବର୧/୧୨: ସମ୍ବିତ ପାତ୍ର… ୯ ଜଣ ପାଇସା ନେଇଛନ୍ତି ସେ କହିଛି… ସେ ପ୍ରମାଣ ଦେଖାଇବ। ୧୫ ଦିନ ଭିତରେ ଯଦି ପ୍ରମାଣ ନ ଦେଖାଇବ…. ସମ୍ବିତ ପାତ୍ରକୁ ଉଚିତ ଜବାବ ଦିଆଯିବ। ନା ଆଇନ୍…କାନୁନ୍.. ମନୁଷ୍ୟ ଜୀବନରେ ଯେଉଁ ବାଧା…ତାହା ବିସ୍ଫୋରଣ ହୋଇ ବାହାରିବ। ୯ ଜଣ ଏମଏଲଏ ପଇସା ନେଇଛନ୍ତି…. କହିବ ସମ୍ବିତ ପାତ୍ର.. ତୋ ଘରୁ ଦେଇଥିଲୁ…. ତୋ ପେଡିରୁ ଦେଇଥିଲୁ…ଗଣିକି ଦେଇଥିଲୁ…ତୁ କାଲ୍‌କା ପିଲା…୫୦ ବର୍ଷ ଧରି ଆମେ ରାଜନୀତି କରୁଛୁ…କଉଠି ଥିଲା…ଓ୍ବାର୍ଡ ମେମ୍ବର ହେଇଛି… ଆଏ ସେ ସରପଞ୍ଚ ହେଇଛି… ଏ ଜଗନ୍ନାଥଙ୍କ ମାଟି… ତୁ କହିଦବୁ ୯ ଜଣ ପାଇସା ନେଇଛନ୍ତି… ତୋ ଦେଇଥିଲୁ…ତୋ ଘର ପେଡିରୁ…୧୫ ଦିନ ସମୟ ଦିଆଗଲା ତୁ ପ୍ରମାଣ ଦବୁ….୯ ଜଣ ଏମଏଲଏଙ୍କୁ ତୁ କହିଦବୁ… ତୁ ଏମିତି ଦେଲାବାଲା.. ଆରେ.. ଏ ସମ୍ବିତ ତୁ ଉପରେ ଆସିଛୁ… ଉପରେ ଯିବୁ। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଉପରେ ଏମିତି ଗର୍ଜନ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ।

wp:html /wp:html

ପରୀ ହତ୍ୟା ମାମଲାରେ କଂଗ୍ରେସ- ବିଜେପି ଉଭୟଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି। କଂଗ୍ରେସର ୯ ଜଣ ବିଧାୟକ ଟଙ୍କା ନେଇ ଚୁପ୍ ଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଥିବା ନେଇ ବିଧାୟକ ସୁର ରାଉତ ଆଜି ସମ୍ବାଦିକ ସମ୍ମିନଳୀ କରିଛନ୍ତି। ସମ୍ବିତ ପାତ୍ର ଦେଇଥିବା ପ୍ରତିକ୍ରିୟାର ପାଲଟା ଜବାବ ଦେଇଛନ୍ତି ସୁର ରାଉତ। ସୁର କହିଛନ୍ତି ଯେ, କଂଗ୍ରେସର ୯ ଜଣ ବିଧାୟକ ହେଉଛନ୍ତି ନବ ଗ୍ରହ। ଯିଏ ଭିତରେ ପଶିବାକୁ ଚେଷ୍ଟା କରିବ ଜଳି ପୋଡି ପାଉଁଶ ହୋଇଯିବ। ସାମ୍ବାଦିକ ସମ୍ମିଳନୀ କରି ସମ୍ବିତ ପାତ୍ରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଧାୟକ ସୁର ରାଉତରାୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.