୫ ଦିନିଆ ମୌନବ୍ରତରେ ସୁରବାବା, ଯୁବତୀଙ୍କୁ ଅସଦାଚଣ ମାମଲାରେ ପଚରାଉଚରା କରିପାରିଲାନି କମିଶନରେଟ ପୋଲିସ

Published By : Prameya-News7 Bureau | February 18, 2019 IST

ଭୁବନେଶ୍ବର୧୮|୨: ସୁର ବାବାଙ୍କ ମୌନବ୍ରତ ଧାରଣ । ଗତ ରବିବାର ଠାରୁ ସୁର ବାବା ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ମୌନ ରହିବେ । ସେପଟେ କମିସନରେଟ ପୋଲିସ ତ୍ରାହି ଅଚ୍ୟୁତ ଆଶ୍ରମରେ ପହଁଚି ସୁର ବାବାଙ୍କୁ କୌଣସି ପଚରା ଉଚୁରା କରିନପାରି ଖାଲିହାତରେ ଫେରିଛି । ସୁର ବାବାଙ୍କ ବିରୁଦ୍ଧରେ ଜଣେ ମହିଳା ୱାନ ସିସି ମାମଲା କରିଛନ୍ତି ।

ଭିଓ ତ୍ରାହି ଅଚ୍ୟୁତ ଆଶ୍ରମରୁ ଖାଲି ହାତରେ ଫେରିଲା କମିସନରେଟ ପୋଲିସ । କାରଣ ସୁର ବାବା ଏବେ ପାଞ୍ଚଦିନ ପାଇଁ ମୌନବ୍ରତ ଧାରଣ କରିଛନ୍ତି । ସୁରବାବା ଗତ ଜାନୁଆରୀ ୨୪ ତାରିଖରେ ଜଣେ ଯୁବତୀଙ୍କୁ  ଅସଦାଚରଣ କରିଥିବା ବାଲିପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ସୁରଙ୍କ ମାମଲା ଜଣେ ଏସିପିଙ୍କ ଦ୍ବାରା ତଦନ୍ତ କରାଯାଉଛି । ଏଥିପାଇଁ ସୁରବାବାଙ୍କୁ ରବିବାର କମିସନରେଟ ପୋଲିସର ଏକ ଦଳ ତ୍ରାହି ଅଚ୍ୟୁତ ନଗରରେ ପହଁଚିଥିଲା । କିନ୍ତୁ ସେତେବେଳେ ସୁରବାବା ମୌନବ୍ରତ ଧାରଣ କରିସାରିଥିଲେ । ଯାହା ଫଳରେ ପୋଲିସକୁ ଖାଲିହାତରେ ଫେରିବାକୁ ପଡିଥିଲା ।

ଅନ୍ୟପଟେ ଅଭିଯୋଗ କରିଥିବା ଯୁବତୀର ଥାନା ଓ କୋର୍ଟରେ  ବୟାନ ରେକର୍ଡ କରାଯିବ । କିନ୍ତୁ ମିଳିଥିବା ଖବର ଅନୁଯାଇ ଉକ୍ତ ଯୁବତୀ କୁ ବାରମ୍ବାର ଖବର ଦେଲେ ମଧ୍ୟ ସେ ଥାନାରେ ପହଁଚୁନଥିବା ଜଣା ପଡିଛି । ସେପଟେ ଯୁବତୀ ଜଣକ ଯେଉଁ ଦିନ ଓ ଯେଉଁ ସମୟରେ ଏହି ଅଭାବନୀୟ ଘଟଣା ଘଟିଲା ବୋଲି ଦର୍ଶାଇ  ଏତଲା ଦାୟର କରିଥିଲେ ସେହି ସମୟର ପୁର୍ବ ଓ ପରବର୍ତ୍ତି ତଦନ୍ତ ବେଳେ ଏହା ଭୁଲ ବୋଲି ପୋଲିସ ଜାଣିବାକୁ ପାଇଛି । ସୁରଙ୍କ ଟେଲିଫୋନ ସିଡିଆରରେ ଘଟଣା ଦିନ ସେ ବୌଦ୍ଧ ଜିଲ୍ଲାରେ ଥିବା ପୋଲିସ ପ୍ରମାଣ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.