Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ସୁର ବାବାଙ୍କ ପରଲୋକ, ତ୍ରାହି ଅଚ୍ୟୁତ ଆଶ୍ରମକୁ କରିଥିଲେ ପ୍ରତିଷ୍ଠା

7/12/2020 at 9:19 AM

ଭୁବନେଶ୍ୱର,୦୭/୧୨:  ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ । ରବିବାର ରାତିରେ ତାଙ୍କର ପରଲୋକ ହୋଇଛି। ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ୨୦୧୫ରେ ଗିରଫ ହୋଇଥିଲେ। ଆଶ୍ରମରେ କେଳେଙ୍କାରୀ ନେଇ ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ଅଢ଼େଇ ବର୍ଷ ପରେ ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ଜେଲରୁ ମୁକୁଳିଥିଲେ ସୁରବାବା।

ସୁର ବାବାଙ୍କୁ ଆଶ୍ରମରେ ସମାଧି ଦିଆଯିବ ବୋଲି ସୂଚନା ମିଳିଛି । ସୁର ବାବାଙ୍କ ଶେଷ ଦର୍ଶନ ପାଇଁ ଶହଶହ ଅନୁଗାମୀ ଓ ତାଙ୍କ ସହଯୋଗୀ ଉପସ୍ଥିତ ଅଛନ୍ତି । ଏବେ ତାଙ୍କ ପାର୍ଥିବଶରୀରରୁ ବାସଭବନରେ ରଖାଯାଇଛି । ସୁର ବାବା ଯେଉଁ ପିଣ୍ଡିକୁ ନିଜେ ନିର୍ମାଣ କରିଥିଲେ ସେଠାରେ ହିଁ ତାଙ୍କୁ ସମାଧି ଦିଆଯିବ ବୋଲି ସୂଚନା ମିଳିଛି ।

   Related Posts