ବରିଷ୍ଠ ନେତା ଶରଦ ପୱାରଙ୍କ ସାଂସଦ ଝିଅଙ୍କ ସହ ଷ୍ଟେସନରେ ଦୁର୍ବବ୍ୟବହାର, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 13, 2019 IST

ମୁମ୍ବାଇ୧୩|୯: କଂଗ୍ରେସ ପାର୍ଟିର ସାଂସଦ ତଥା ଏନ୍‌ପିସିର ମୁଖ୍ୟ ଶରଦ ପୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ସହ ଷ୍ଟେସନରେ ଦୁର୍ବବ୍ୟବହାର ଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସମ୍ନାକୁ ଆସିଛି। ସୁପ୍ରିୟା ସୁଲେଙ୍କ ସହ ଏଭଳି ଘଟଣା ମୁମ୍ବାଇର ଦାଦର ରେଲୱେ ଷ୍ଟେସନରେ ହୋଇଛି। ଏହି ବିଷୟରେ ନିଜେ ସୁପ୍ରିୟା ଟୁଇଟ୍‌ କରି ଜଣାଇଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅନୁସନ୍ଧାନ କରିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି।

{"id":157067}

ସୁପ୍ରିୟା ସୁଲେ ଏହି ବିଷୟରେ ଗୋଟେ ପରେ ଗୋଟେ ଟୁଇଟ୍‌ କରିଛନ୍ତି। ଟୁଇଟ୍‌ କରି ସେ ଏହି ବିଷୟରେ ସେ ସମ୍ପୂର୍ଣ୍ଣ ଘଟଣାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଦାଦର ଷ୍ଟେଶନରେ ଏକ ଅଜବ ଘଟଣାର ଅନୁଭବ କରିଛନ୍ତି। କୁଲଜିତ ସିଂହ ନାମକ ଜଣେ ବ୍ୟକ୍ତି ଟ୍ରେନରେ ଚଢି ଟେକ୍ସି ସେବା ପାଇଁ ପଚାରୁଥିଲା। ଦୁଇଥର ମନା କରିବା ପରେ ମଧ୍ୟ ସେ ତାଙ୍କୁ ହଇରାଣ କରୁଥିଲା। କେବଳ ସେତିକି ନୁହେଁ ସୁପ୍ରିୟାଙ୍କ ସହ ଜବରଦସ୍ତି ଫଟୋ ପୋଜ ଦେଉଥିଲା।

{"id":157068,"width":579,"height":357}

ଏହା ପରେ ସୁପ୍ରିୟା ରେଳ ମନ୍ତ୍ରାଳୟଙ୍କୁ ଟ୍ୟାଗ କରି ଏହି ବିଷୟରେ ଅଭିଯୋଗ କରିଥିଲେ। ସେ ଲେଖିଥିଲେ ଯେ, ଏହି ମାମଲା ଉପରେ ନଜର ଦେବା ଜରୁରୀ। କାରଣ ଏହା ଦ୍ବାରା ଅନେକ ଯାତ୍ରୀ ଅସୁବିଧାର ସାମ୍ନା କରିବେ। ଯଦି ଆଇନରେ ଏଭଳି ଗ୍ରାହକମାନଙ୍କୁ ଡାକିବାର ଅନୁମତି ଦିଆଯାଇଛି ତାହେଲେ ଏମିତି ଅନୁମତି ଏୟାରପୋର୍ଟ ବା ରେଲୱେ ଷ୍ଟେସନ ଭିତରେ ଦେବା ଅନୁଚିତ୍‌। କେବଳ ଟ୍ୟାକ୍ସି ଷ୍ଟାଣ୍ଡରେ ଏହାର ଅନୁମତି ରହିବା ଜରୁରୀ।

{"id":157069,"width":571,"height":502}

ତୃତୀୟ ଟୁଇଟ୍‌ରେ ସୁପ୍ରିୟା ସୁଲେ ଲେଖିଛନ୍ତି ଯେ, ଘଟଣା ପରେ ସେ ଦାଦର ଷ୍ଟେସନର ପୋଲିସ ଥାନାରେ ରେଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ସେଠାର ପୋଲିସ କହିଥିଲେ ଯେ, ଆରପିଏଫ ଅଧିକାରୀ ଅଭିଯୁକ୍ତକୁ ଗିରଫ କରିସାରିଛି। କୁଲଜିତ ସିଂହଙ୍କୁ ଏଥିପାଇଁ ଜରିମନା ମଧ୍ୟ ଭରିବାକୁ କୁହାଯାଇଛି। ଏଥିପାଇଁ ସୁପ୍ରିୟା ଧନ୍ୟବାଦ ଜଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.