Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ମଚାରୀ ଲାଞ୍ଚ ମାଗୁଥିବା ମାନିଲେ ସିଡିଏମୋ- ସମ୍ବଲପୁର ଜିଲ୍ଲପାଳଙ୍କର ସରପ୍ରାଇଜ୍‌ ଭିଜିଟ୍‌

10/10/2019 at 6:05 PM

ସମ୍ବଲପୁର –  କେମିତି ଚାଲିଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଦେଖିବାକୁ ଆଜି ହଠାତ୍‌ ପହଞ୍ଚିଯାଇଥିଲେ ଜିଲ୍ଲାପାଳ । ଡାକ୍ତରଖାନା ରୋଗୀଙ୍କୁ କିଭଳି ଚିକିତ୍ସା ସେବା ମିଳୁଛି ପଚାରି ବୁଝିଥିଲେ । ହେଲେ ଅନେକ ସମୟରେ ସମ୍ବଲପୁର ଡାକ୍ତଖାନାରେ ଅଧିକାଂଶ ଡାକ୍ତର ଆଖପାଖରେ ଥିବା ନର୍ସିଂହୋମ୍‌ରେ କାମ କରୁଥିବା ଅଭିଯୋଗ ଆସେ । ଯାହା ଫଳରେ ରୋଗୀମାନେ ସରକାରୀ ଡାକ୍ତରଖାନାରୁ ଠିକ୍‌ ଭାବେ ସେବା ପାଉନଥିବାରୁ ବାଧ୍ୟ ହୋଇ ପ୍ରାଇଭେଟ୍‌ ନର୍ସିଂ ହୋମ୍‌ ଉପରେ ଭରସା କରନ୍ତି । ସେପଟେ ଡାକ୍ତର ଓ କର୍ମଚାରୀ ଅଭାବ, ନିରାମୟ କେନ୍ଦ୍ରରେ ଔଷଧ ନଥିବା, ସ୍ତ୍ରୀ ଓ ପ୍ରସୂତି ବିଭାଗରେ କର୍ମଚାରୀମାନେ ଲାଞ୍ଚ ଦାବି କରିବା କଥାକୁ ସ୍ବିକାର କରିଛନ୍ତି ଖୋଦ୍‌ ସିଡିଏମଓ । …..

ଦଲାଲଙ୍କ ଦୌରାତ୍ମ୍ୟ । ଡ୍ୟୁଟି ଆଓ୍ବାରରେ ଡାକ୍ତର ପ୍ରାଇଭେଟ୍‌ ନର୍ସିଂହୋମ୍‌କୁ ଦଉଡ଼ିବା ।ଉପଯୁକ୍ତ ଚିକିତ୍ସା ନପାଇ ରୋଗୀ ହସ୍ତସନ୍ତ ହେବା । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାରମ୍ବାର ଏଭଳି ଅଭିଯୋଗ ଆସେ । ହେଲେ ଏବେ ଯେତେବେଳେ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ଥାନା ଓ ଡାକ୍ତରଖାନାର ଅବସ୍ଥା ସୁଧାରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସେତେବେଳେ ଏହାର ପ୍ରଭାବ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଦେଖିବାକୁ ମିଳିଛି । ଦଲାଲଙ୍କ ପଛରେ ପୋଲିସ ପଡ଼ିଥିବା ବେଳେ ଗୁରୁବାର ଡାକ୍ତରଖାନାରେ ରୋଗୀସେବାର ସ୍ଥିତି ପରଖିବାକୁ ପହଞ୍ଚିଥିଲେ ଜିଲ୍ଲାପାଳ । ଡାକ୍ତରଖାନା ରୋଗୀଙ୍କୁ କିଭଳି ଚିକିତ୍ସା ସେବା ମିଳୁଛି ପଚାରି ବୁଝିଥିଲେ । ଆସନ୍ତା ସୋମବାର 5-T ସଚିବ ଡାକ୍ତରଖାନା ପରିଦର୍ଶନରେ ଆସିବାକୁ ଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ଚେତାଇଦେବାକୁ ଜିଲ୍ଲାପାଳ ଶୁଭମ୍‌ ସକ୍ସେନାଙ୍କ ଏ ସରପ୍ରାଇଜ୍‌ ଭିଜିଟ୍‌ ଥିଲା ବୋଲି ଚର୍ଚ୍ଚା ହେଉଛି । 

ଜିଲ୍ଲାପାଳ ସିନା କହିଦେଲେ, ହେଲେ ଡାକ୍ତରଖାନାରେ ସବୁ ଠିକ୍‌ ଠାକ୍‌ କେମିତି ଚାଲିବ ? ଯେଉଁଠି ଖୋଦ୍‌ ସିଡିଏମଓ ଡାକ୍ତର ପଙ୍କଜିନୀ ପଣ୍ଡା ମାନୁଛନ୍ତି ଯେ, ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ନାହାନ୍ତି, ନିରାମୟ ଔଷଧ କେନ୍ଦ୍ରରେ ପ୍ରର୍ଯ୍ୟାପ୍ତ ପରିମାଣର ଔଷଧ ନାହିଁ, ସ୍ତ୍ରୀ ଓ ପ୍ରସୂତି ବିଭାଗରେ କର୍ମଚାରୀମାନେ ଲାଞ୍ଚ ମାଗୁଛନ୍ତି । ହେଲେ ଦଲାଲଙ୍କ ପ୍ରାଦୁର୍ଭାବକୁ ଅସ୍ବୀକାର କରିଛନ୍ତି ସିଡିଏମଓ ।

ସମ୍ବଲପୁର ଜିଲ୍ଲା ଡାକ୍ତରଖାନା ସମ୍ପର୍କରେ  ଜିଲ୍ଲାପାଳ ଓ ସିଡିଏମଓଙ୍କ କଥା ତ ଦେଖିଲେ । ଏବେ ଆସନ୍ତୁ ଦେଖିବା ଏହି ଡାକ୍ତରଖାନା ଉପରେ ଭରସା କରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ କ’ଣ କହୁଛନ୍ତି ।

 ସରକାରଙ୍କ ଆକ୍ସନ ପରେ ଡାକ୍ତରଖାନାର ଚିତ୍ର ବଦଳିବ । ଏଥର ରୋଗୀଙ୍କୁ ଠିକ୍‌ ଭାବେ ଚକିତ୍ସା ସେବା ମିଳିବ । ସେମାନେ ଆଉ ଦଲାଲଙ୍କ ଶିକାର ହେବେନି । ଡାକ୍ତର ଆଉ ଡ୍ୟୁଟି ଆଓ୍ବାରରେ  ପ୍ରାଇଭେଟ୍‌ ନର୍ସିଂ ହୋମ୍‌କୁ ଯିବେନି । ସବୁ ଠିକ୍‌ ଠାକ୍‌ ଚାଲିବ ବୋଲି ଆଶା କରିପାରିବା ।

   Related Posts