ଅର୍ଣ୍ଣବ ଗୋସ୍ୱାମୀ ମାମଲାରେ ସୁପ୍ରିମକୋର୍ଟ କହିଲେ-'ଯଦି ସରକାର କାହାକୁ ଟାର୍ଗେଟ କରନ୍ତି ତାହେଲେ ରକ୍ଷା ପାଇଁ ଆମେ ଅଛୁ, ଏହା ବ୍ୟକ୍ତିଗତ ସ୍ୱାଧୀନତା ମାମଲା'

Published By : Prameya-News7 Bureau | November 11, 2020 IST

ମୁମ୍ବାଇ ୧୧/୧୧ : ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନ ଉପରେ ବୁଧବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ବିଚାରପତି ଡିବାଇ ଚନ୍ଦ୍ରଚୂଡ଼ଙ୍କ କୋର୍ଟରେ ଶୁଣାଣି ହୋଇଛି। ଅଦାଲତ କହିଛନ୍ତି ଯେ, ସୁପ୍ରିମକୋର୍ଟ ମହାରାଷ୍ଟ୍ରକୁ ପ୍ରଶ୍ନ କରିଥିଲେ ଯେ ଅର୍ଣ୍ଣବ ଗୋସ୍ୱାମୀ ମାମଲାରେ ହାଜତକୁ ନେଇ ପଚରାଉଚୁରା କରିବା ଆବଶ୍ୟକ କି, କହିଥିଲେ, 'ଆମେ ବ୍ୟକ୍ତିଗତ ସ୍ୱାଧୀନତା ପ୍ରସଙ୍ଗ ଉପରେ ବିଚାର କରୁଛୁ'

ସୁପ୍ରିମକୋର୍ଟ କହିଲେ ଯେ, ଯଦି କାହାର ବ୍ୟକ୍ତିଗତ ସ୍ୱାଧୀନତାର ଉଲଙ୍ଘନ ହୁଏ ତାହେଲେ ତାହା ନ୍ୟାୟକୁ ଆଘାତ କରିବା ସହ ସମାନ। ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଆମର ଗଣତନ୍ତ୍ର ଅତ୍ୟନ୍ତ ସ୍ଥିର ଅଟେ। ମହାରାଷ୍ଟ୍ର ସରକାର ଏସବୁ (ଟିଭିରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ କଟାକ୍ଷ କରିବା) ଅଣଦେଖା କରିବା ଉଚିତ। ସୁପ୍ରିମକୋର୍ଟ କହିଛନ୍ତି ଜୀ ଯଦି ସାମ୍ବିଧାନିକ ଅଦାଲତ ହସ୍ତକ୍ଷେପ ନ କରେ ତାହେଲେ ଆମେ ନିଶ୍ଚିତ ରୂପେ ବିନାଶ ଆଡକୁ ଗତି କରୁଛେ। ଯଦି ରାଜ୍ୟ ସରକାର କୌଣସି ବ୍ୟକ୍ତିଙ୍କୁ ଟାର୍ଗେଟ କରନ୍ତି ତାହେଲେ ସେ ଜାଣିରଖିବା ଦରକାର ଯେ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା ପାଇଁ ଶୀର୍ଷ ଅଦାଲତ ଅଛନ୍ତି। ସୁପ୍ରିମକୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କ ତରଫରୁ ଥିବା ବରିଷ୍ଠ ଓକିଲ ହରିଶ ସାଲଭୀ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। 

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲା ଅଲିବାଗ ପୋଲିସ ନଭେମ୍ବର ୪ ତାରିଖରେ ଈଂଟରିୟର ଡିଜାଇନର ଓ ତାଙ୍କ ମା'ଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.