ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି ନେଇ ଶୁଣାଣି ଆରମ୍ଭ

Published By : Prameya-News7 Bureau | November 24, 2019 IST

ନୂଆଦିଲ୍ଲୀ ୨୪।୧୧: ମହାରାଷ୍ଟ୍ର ରାଜନୀତିର ମହାନାଟକ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଦେବେନ୍ଦ୍ର ଫଡନବୀସଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଦେବା ନେଇ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଗତକାଲି ସଂଧ୍ୟାରେ ଶିବସେନା-ଏନସିପି-କଂଗ୍ରେସ ଆବେଦନ ଦାଏର କରିଥିଲେ ।

{"id":189022,"sizeSlug":"large"}

ତିନିଦଳର ଆବେଦନ ଉପରେ ସୁପ୍ରିମକୋର୍ଟର ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଶୁଣାଣି  କରିବେ । ରାଜ୍ୟପାଳ ତାଙ୍କ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗ କରାଯାଇଛି । ସେମାନଙ୍କ ପାଖରେ ୧୪୪ଜଣ ବିଧାୟକଙ୍କ ସମର୍ଥନ ଥିବା ଆବେଦନରେ ଦର୍ଶା ଯାଇଛି । ବିଧାୟକଙ୍କ ଘୋଡାବେପାର ରୋକିବା ଲାଗି ତୁରନ୍ତ ଗୃହରେ ଶକ୍ତି ପରୀକ୍ଷଣ କରିବା ଲାଗି ଆବେଦନ କରାଯାଇଛି । ଧ୍ବନି ମତ ନୁହେଁ ଭୋଟିଂ କରିବାକୁ ଏଥିରେ ଆବେଦନ କରାଯାଇଛି । ଆଜି ହି ବିଶେଷ ଅଧିବେଶନ ଡକାଇ ଶକ୍ତି ପରୀକ୍ଷଣ କରିବାକୁ ଆବେଦନ କରାଯାଇଛି । କୋର୍ଟରେ ନିଜ ନିଜର ପକ୍ଷ ରଖିବାକୁ ସମସ୍ତ ପକ୍ଷର  ଓକଲି ଉପସ୍ଥିତ ରହିଛନ୍ତି । କେନ୍ଦ୍ର ଏବଂ ରାଜ୍ୟପାଳଙ୍କ ତରଫରୁ ଆଟର୍ଣି ଜେନେରାଲ ବେଣୁଗୋପାଳ , ବିଜେପି ତରଫରୁ ମୁକୁଲ ରୋହତାଗି , ଶିବସେନା-କଂଗ୍ରେସ ଏବଂ ଏନସିପି ତରଫରୁ କପିଲ ସିବଲ, ଅଭିଷେକ ମନୁ ସିଂଘବୀ ଏବଂ କାମତ ସେମାନଙ୍କ ପକ୍ଷ ରଖିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.