ଜୀବନ ବୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପଲିସି ନେବା ବେଳେ ଲୁଚାନ୍ତୁନି ରୋଗ

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲୀ ୨୨।୧୦: ଯଦି ଆପଣ ଜୀବନ ବୀମା ପଲିସି ନେଉଛନ୍ତି ତେବେ ବୀମା କମ୍ପାନୀକୁ ଆପଣଙ୍କ ରୋଗ ସମ୍ପର୍କିତ ସମସ୍ତ ସୂଚନା ସଠିକ ଓ ନିର୍ଭୁଲ ଭାବେ ଦିଅନ୍ତୁ। ନଚେତ ପରେ ବୀମା କମ୍ପାନୀ ଆପଣଙ୍କ କ୍ଲେମ୍‌ ଅଗ୍ରାହ୍ୟ କରିପାରନ୍ତି। ଏହିଭଳି ଏକ ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାରପତି ଡି.ୱାଇ.ଚନ୍ଦ୍ରଚୁଡ଼, ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ଓ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ତିନି ସଦସୀୟ ଖଣ୍ଡପୀଠ ବୀମା ପଲିସି କ୍ରୟ କରିବା ବେଳେ ଗ୍ରାହକ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସମସ୍ତ ସୂଚନା ଦିଅନ୍ତୁ। ଯେପରି ବୀମା କମ୍ପାନୀ ମାମଲାରେ ଦାୟିତ୍ୱ ଗ୍ରହଣ କରିପାରିବେ କି ନା ସେ ନେଇ ନିଷ୍ପତ୍ତି ନେଇପାରିବେ ବୋଲି କହିଛନ୍ତି।

ବୀମା ପଲିସି ନେବା ବେଳେ ବୀମା କମ୍ପାନୀଙ୍କ ଆବେଦନପତ୍ରରେ ପୁରୁଣା ରୋଗ ସମ୍ପର୍କିତ ସୂଚନା ଲାଗି ଏକ ସ୍ତମ୍ବ ଖାଲି ରଖୁଛନ୍ତି। ଯେଉଁଥିରୁ ବୀମା କମ୍ପାନୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ବୀମା ଲାଗି ରିସ୍କ ଆକଳନ କରିଥାନ୍ତି ବୋଲି ଖଣ୍ଡପୀଠ କହିବା ସହ ମାମଲାରେ ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି)ଙ୍କ ଏକ ରାୟକୁ ଖାରଜ କରିଦେଇଛନ୍ତି। 

ଗତ ମାର୍ଚ୍ଚ ମାସରେ ଏନସିଡିଆରସି ବୀମା କମ୍ପାନୀଙ୍କୁ ମୃତକଙ୍କ ସମ୍ପର୍କିୟଙ୍କୁ ଡେଥ୍ କ୍ଲେମର ସମ୍ପୂର୍ଣ୍ଣ ପ୍ରାପ୍ୟ ସୁଧ ସହ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ବୀମା କମ୍ପାନୀ ମାମଲା ବିଚାରାଧୀନ ଥିବା ସମୟରେ ବୀମା ବାବଦ ରାଶି ପୈଠ କରିଦିଆଯାଇଥିବା କୋର୍ଟଙ୍କୁ କହିଥିଲେ। ମୃତକଙ୍କ ବୟସ ୭୦ ବର୍ଷ ଥିଲା ଓ ପରିବାର ତାଙ୍କ ଉପରେ ଆଶ୍ରିତ ଥିଲେ। ଏଣୁ ବୀମା କମ୍ପାନୀ ସମ୍ପୃକ୍ତ ପରିବାରଙ୍କ ଠାରୁ ବୀମା ବାବଦକୁ ପୈଠ କରିଥିବା ରାଶି ରିକଭରି କରିବେନି ବୋଲି ସୁପ୍ରିମକୋର୍ଟ ଆଶ୍ୱସ୍ତ କରିଛନ୍ତି।

ବୀମା କମ୍ପାନୀର ପଲିସି ପ୍ରପୋଜାଲ ଫର୍ମର ୨୨ ନମ୍ବର କଲମରେ ରୋଗ ସମ୍ପର୍କିତ ସମସ୍ତ ସୂଚନା ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବୀମା କରିଥିବା ବ୍ୟକ୍ତି ଜାଣିଶୁଣି ତଥ୍ୟ ଲୁଚାଇଥିଲେ। ଏଣୁ ବୀମା କମ୍ପାନୀ ମେ ୨୦୧୫ ମସିହାରେ ସମ୍ପୃକ୍ତ ବୀମା ଧାରୀଙ୍କ ପଲିସି ରଦ୍ଦ କରିଦେଇଥିଲେ। ବୀମାଧାରୀଙ୍କ ମୃତ୍ୟୁ ହେବାରେ ତାଙ୍କ ନୋମିନୀ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମରେ ଅଭିଯୋଗ କରିଥିଲେ। ଏଥିରେ ଫୋରମ ବୀମା କମ୍ପାନୀଙ୍କୁ ସୁଧ ସମେତ କ୍ଲେମ ସେଟେଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.