Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦେଶରେ ଏବେ ‘ଏମାର୍ଜେନ୍ସୀ’ ଭଳି ପରିସ୍ଥିତି ! ଶୁକ୍ରବାର ହେବ ଟୁଟିକୋରିନ ଷ୍ଟେରଲାଇଟ୍ କପର ପ୍ଲାଣ୍ଟର ଶୁଣାଣି: ସୁପ୍ରିମକୋର୍ଟ

22/04/2021 at 6:38 PM

ନୂଆଦିଲ୍ଲୀ ୨୨।୪: ସୁପ୍ରିମକୋର୍ଟ ୨୩ ଏପ୍ରିଲ ଶୁକ୍ରବାର ତାମିଲନାଡୁ ଟୁଟିକୋରିନରେ ବନ୍ଦ ପଡିଥିବା ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟ ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଏସ୍.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଗୁରୁବାର ଏହି ଘୋଷଣା କରିଛନ୍ତି। କୋଭିଡ ଦ୍ୱିତୀୟ ଲହର ଦେଶରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଭଳିଅବସ୍ଥା ସୃଷ୍ଟି କରିଛି। ଏହି ପ୍ଲାଣ୍ଟର ଅକ୍ସିଜେନ କାରଖାନାରୁ ଉତ୍ପାଦନ ଆରମ୍ଭ କରି ପରିସ୍ଥିତିକୁ ଆୟତ କରାଯାଇପାରିବ ବୋଲି କହିଛନ୍ତି ପୀଠ।  

ଟୁଟିକୋରିନରେ  ବନ୍ଦ ପଡିଥିବା ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟ  ଦୈନିକ ହଜାର ହଜାର ଟନ୍‌ ଅକ୍ସିଜେନ୍‌ ଉତ୍ପାଦନ କରିପାରିବ। ଦେଶରେ କରୋନା ଯୋଗୁ  ଉପୁଜିଥିବା ଅକ୍ସିଜେନ୍‌ ଅଭାବକୁ ଏହି ପ୍ଲାଣ୍ଟରୁ ଭରଣା କରାଯାଇପାରିବ। ଉତ୍ପାଦିତ ଅକ୍ସିଜେନ୍‌ ମାଗଣାରେ ଦେଶର ହସ୍ପିଟାଲମାନଙ୍କୁ ଯୋଗାଯାଇପାରିବ ବୋଲି ବେଦାନ୍ତର ଏକ ଆବେଦନକୁ ଗୁରୁବାର ସୁପ୍ରିମ୍‌କୋର୍ଟ ଜରୁରି ଶୁଣାଣି କରିଥିବାବେଳେ ଏହା କହିଛନ୍ତି।  

ତେବେ ଆବେଦନର ଶୁଣାଣିକୁ  ତାମିଲନାଡୁ ସରକାରଙ୍କ ଓକିଲ ସି.ଏସ୍‌. ବୈଦ୍ୟନାଥନ ତୀବ୍ର ବିରୋଧ କରିଥିଲେ।  ଯଦି ବେଦାନ୍ତକୁ ଏଥିଲାଗି ଅନୁମୋଦନ ବି ମିଳେ   ୪ରୁ ୬ ସପ୍ତାହ ପୂର୍ବରୁ ଉତ୍ପାଦନ ଆରମ୍ଭ ହେବା ଅସମ୍ଭବ ବୋଲି କହିଥିଲେ। ଏଥିରେ ପୀଠ ଅସନ୍ତୋଷ ପ୍ରକାଶ କରିବା ସହ ଦେଶରେ ଏମାର୍ଜେନ୍ସୀ ଭଳି ପରିସ୍ଥିତିରେ ବି ଆପଣ( ତାମିଲନାଡୁ) ସମାଧାନ ଚାହୁଁ ନଥିବା କହିଥିଲେ। ତେବେ କମ୍ପାନୀକୁ କେବଳ ଅକ୍ସିଜେନ ପ୍ଲାଣ୍ଟ ଚାଲୁ କରିବା ଲାଗି ଅନୁମତି ଦିଆଯିବ ବୋଲି କହିଛନ୍ତି।  ସେହିପରି କମ୍ପାନୀ ଯେପରି ସମସ୍ତ ପରିବେଶ ସମ୍ପର୍କିତ ନିୟମ ପାଳନ କରେ ପୀଠ ତାହାମଧ୍ୟ ସୁନିଶ୍ଟିତ କରିବେ ବୋଲି ଆଶ୍ୱସ୍ତ କରିଛନ୍ତି। 

ତେବେ ସୋଲିସେଟର ଜେନେରାଲ ତୁଷାର ମେହେଟା ଦେଶକୁ ଏବେ ଅକ୍ସିଜେନର ଜରୁରି ଆବଶ୍ୟକତା ଥିବା ବେଳେ ସରକାର ଯେ କୌଣସିସୂତ୍ରରୁ ଉପଲବ୍ଧ କରିବାକୁ ଚାହୁଁଥିବା ପୀଠଙ୍କୁ କହିଥିଲେ। ଏଣୁ ଆବେଦନ ଉପରେ ଆଜି ହିଁ ଶୁଣାଣି ହେଉ ବୋଲି ସେ ଦାବି କରିଥିଲେ। କମ୍ପାନୀ ୪-୫ ଦିନରେ ଉତ୍ପାଦନ ଆରମ୍ଭ କରିବାକୁ ସକ୍ଷମ ବୋଲିସେ କହିଥିଲେ। ତେବେ ତାମିଲନାଡୁ ସରକାର ରେକର୍ଡ ଉପସ୍ଥାପନା କରି ଏଥିଲାଗି ୪ରୁ ୬ ସପ୍ତାହ ଲାଗିଗଲେ ବି ଅକ୍ସିଜେନ ଉତ୍ପାଦନ କରିପାରିବନି ବୋଲି ଯୁକ୍ତି ରଖିଥିଲେ।  

   Related Posts