ଦୋଷ ପ୍ରମାଣିତ ନହେବା ଯାଏଁ ଅଭିଯୁକ୍ତଙ୍କ ପ୍ରାଣୀ ସମ୍ପଦ ଜବତ ହୋଇପାରିବନି: ୨୦୧୭ର ସେହି ଆଇନ୍‌ ରଦ୍ଦ ବା ସଂଶୋଧନ ପାଇଁ କାହିଁକି କଡା କରି ଶୁଣାଇଲେ ସୁପ୍ରିମକୋର୍ଟ ?

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫/୦୧: ଭାରତର ଉଚ୍ଚତମ ନ୍ୟାୟାଳୟ  ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କେନ୍ଦ୍ର ସରକାରଙ୍କୁ ବେସ ରୋକଠୋକ ସଉମାଇଛନ୍ତି । ୨୦୧୭ର ଏକ ନିର୍ଦ୍ଦିଷ୍ଟ  ଆଇନ ସଂପର୍କରେ ଟିପ୍ପମୀ ରଖି ସୁପ୍ରିମକୋର୍ଟ ଏପରି କିଛି କହିଛନ୍ତି  । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ  ହେବା ପୂର୍ବରୁ ମାମଲାରେ  ସଂପୃକ୍ତ ପ୍ରାଣୀଙ୍କୁ ଜବତ କରାଯାଇପାରିବ ନାହିଁ । ବିସଏ, କରି ଗୃହପାଲିତ ଗୋ-ମଇଁଷି ଆଦି ନେଇ ଅଦାଲତ ରଖିଛନ୍ତି ସ୍ପଷ୍ଟ ନିର୍ଦ୍ଦେଶ ।  

 ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍. ଏ. ବୋବଡ଼େ , ଜଷ୍ଟିସ୍ ଏ.ଏସ୍ ବୋପନ୍ନା ଏବଂ ବି. ରାମାସୁବ୍ରମଣ୍ୟମଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ  କହିଛନ୍ତି , କୌଣସି ମାମଲାର ମୋକଦ୍ଦମା ଚାଲିଥିବାବେଳେ କାରବାର ଏବଂ ଟ୍ରନ୍ସପୋର୍ଟରେ ସାମିଲ ବା ସଂପୃକ୍ତ ପ୍ରାଣୀ ସମ୍ପଦକୁ ଜବତ କରାଯାଇପାରିବନାହିଁ ।  ଏଥିଲାଗି   ୨୦୧୭ର  ଏସଂପର୍କୀତ ଆଇନରେ ପରିବର୍ତ୍ତନ କିରିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କୋର୍ଟ।ପ୍ରାଣୀ ସମ୍ପଦର ସୁରକ୍ଷା ତଥା ଜୀବନ ନିରପତ୍ତାର ଉଲଂଘନ ହେଉଥିବା ଦର୍ଶାଇ କୋର୍ଟ ୨୦୧୭ ର ସଂପୃକ୍ତ ଆଇନକୁ ରଦ୍ଦ ବା ସଂଶୋଧନ ଲାଗି ସରକାରଙ୍କୁ କହିଚନ୍ତି । ନଚେତ୍ କୋର୍ଟ ନିଜଆଡୁତାହା ଉପରେ ରୋକ ଲଗାଇବେ ବୋଲି ମଧ୍ଯ କହିଛନ୍ତି ।କୋର୍ଟ କହିଛନ୍ତି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ମାମଲାରେ ସଂପୃକ୍ତ ପ୍ରାଣୀ ସମ୍ପଦକୁ ଜବତ କରାଯାଇପାରିବ ।

ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ “ମନୁଷ୍ୟ ଜୀବନ ଧାରଣ କରିବା ପାଇଁ ଏହି ପ୍ରାଣୀ ସମ୍ପଦ ଗୁଡ଼ିକୁ ବ୍ୟବହାର କରିଥାଏ। ଆମେ ପାଳିତ କୁକୁର କିମ୍ୱା ବିଲେଇ କଥା କହୁ ନାହୁଁ। ଆପଣ  ଅଭିଯୁକ୍ତ ବ୍ୟକ୍ତିକୁ ଦୋଷୀ ପ୍ରମାଣିତ ନକରିବା ପର୍ଯ୍ୟନ୍ତ ତାଙ୍କର ବ୍ୟବହୃତ  ବା ଅଧିକାରଭୁକ୍ତ ପ୍ରାଣୀଙ୍କୁ ଜବତ କରିପାରିବେ ନାହିଁ। ଏହା ଆଇନ୍ କାନୁନ୍ରର  ବିପରୀତ। କାରଣ ଆଇନରେ ପ୍ରାବଧାନରେ ସ୍ପଷ୍ଟଭାବେ ଲାଖାଯାଇଛି ଯେ ବ୍ୟକ୍ତି ଦୋଷୀ ହେଲାପରେ ହିଁ ତାଙ୍କର  ପ୍ରାଣୀ ସମ୍ପଦକୁ  ଜବତ କରାହେବ।

ସୂଚନା ଥାଉକି ବୁଫାଲୋ ଟ୍ରେଡର୍ସ ୱେଲ୍ଫେୟାର ଆସୋସିଏସନ୍ ୨୦୧୭ର ଆଇନ୍କୁ ନେଇ ଏକ ମାମଲା ଦାୟର କରିଥିଲେ। ଏଥିରେ ସେମାନେ ଅଭିଯୋଗ କରିଥିଲେ ଯେ ୨୦୧୭ରେ ଲାଗୁ କରାଯାଇଥିବା ଆଇନ୍ ୧୯୬୦ରେ ପ୍ରସ୍ତୁତ ଆଇନ୍ର ବାହାରେ ରହିଛି। ଏହି ନିୟମ ଅନୁସାରେ ମେକଦ୍ଦମାକୁ ସାମ୍ନା କରୁଥିବା ବ୍ୟକ୍ତିଙ୍କ ବ୍ୟବହୃତ  ପ୍ରାଣୀ ମାନଙ୍କୁ ମାଜିଷ୍ଟ୍ରେଟ୍ ଜବତ କରିପାରିବେ ଏବଂ ଏଗୁଡ଼ିକୁ ହସ୍ପିଟାଲ୍, ଗୋଶାଳା ବା ଚିଡ଼ିଆଖାନାକୁ ପଠାଇ ଦେଇପାରିବେ।ତେବେ ଆସନ୍ତା ୧୧ ତାରିଖରେ ଏହି ମାମଲାର ଆଗାମୀ ଶୁଣାଣୀ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.