ଅଯୋଧ୍ୟା ମାମଲାର ରାୟ: ସୁନ୍ନି ବୋର୍ଡକୁ ୫ଏକର ଜମି ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ ୯।୧୧: ଅଯୋଧ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।

ଅଯୋଧ୍ୟା ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ନିର୍ମେହାେ ଆଖଡାର ଆବେଦନକୁ ଖାରଜ କରିଛନ୍ତି । ନିର୍ମୋହି ଆଖଡାର ସେବାୟତ ଅଧିକାର ନାହିଁ । ଖାଲି ଜାଗାରେ ନିର୍ମାଣ ହୋଇନଥିଲା ବାବ୍ରି ମସଜିଦ୍ । ରିପୋର୍ଟରେ ମନ୍ଦିର କଥା ଉଲ୍ଲେଖ କରିଛନ୍ତି ଏଏସଆଇ । ଏଏସଆଇ ରିପୋର୍ଟରେ ମସଜିଦ କଥା ଉଲ୍ଲେଖ ନାହିଁ । ଆସ୍ଥା ଓ ବିଶ୍ବାସକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ । ଏଏସଆଇ ରିପୋର୍ଟ ଅନୁଯାୟୀ ଦ୍ବାଦଶ ଶତାଦ୍ବୀରେ ମନ୍ଦିର ପ୍ରତିଷ୍ଠା ।

ରିପୋର୍ଟ ଅନୁସାରେ ଗମ୍ବୁଜ ତଳେ ରହିଛି ମନ୍ଦିର । ଦ୍ବାଦଶ ଓ ଷୋଡଶ ଶତାଦ୍ବୀରେ ଏଠାରେ କଣ ଥିଲା ପ୍ରମାଣ ନାହିଁ । ଜମି ଉପରେ ମୁସଲିମଙ୍କର ବିଶେଷ ଅଧିକାରୀ ନାହିଁ । ମୁସଲମାନଙ୍କୁ ବିକଳ୍ପ ସ୍ଥାନ ଦେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାମ ଲାଲାଙ୍କ ଦାବିକୁ ଗ୍ରହଣ କରିଛନ୍ତି କୋର୍ଟ । ଗୃହରେ ପୂଜା କରୁଥିଲେ ହିନ୍ଦୁ । ୧୮୫୭ ପୂର୍ବରୁ ପୂଜା କରୁଥିଲେ ହିନ୍ଦୁ ।

କଂଗ୍ରେସ ଶାସନ କାଳରେ ନମାଜ ପାଠର ପ୍ରମାଣ ନାହିଁ । ସୁନ୍ନି ବୋର୍ଡକୁ ଅଯୋଧ୍ୟାରେ ୫ଏକର ଜମି ଦେବାକୁ ନିର୍ଦ୍ଦେଶ । ମନ୍ଦିର ନିର୍ମାଣ ପାଇଁ ତିନି ମାସ ମଧ୍ଯରେ ଟ୍ରଷ୍ଟ ବନାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.