'ଚୌକିଦାର ଚୋର' ବୟାନ ପ୍ରସଙ୍ଗ : ସୁପ୍ରିମକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି, ଜାଣନ୍ତୁ ମାମଲାରେ କ’ଣ କହିଲେ କୋର୍ଟ

Published By : Prameya-News7 Bureau | November 14, 2019 IST

ନୂଆଦିଲ୍ଲୀ ୧୪ ।୧୧ :  ରାହୁଲ ଗାନ୍ଧିଙ୍କୁ ‘ଚୌକିଦାର ଚୋର’ ବୟାନ ମାମଲାରୁ ସୁପ୍ରିମକୋର୍ଟ ଗୁରୁବାର ମୁକ୍ତ କରିଦେଇଛନ୍ତି। ଏନେଇ ରାହୁଲଙ୍କ ନିସର୍ତ୍ତ କ୍ଷମା ଯାଚନାକୁ କୋର୍ଟ ସ୍ୱୀକାର କରିଥିବା ବେଳେ ଯେପରି ତାଙ୍କ ଦ୍ୱାରା ଆଗକୁ ଏପରି ଭୁଲ ନ ହୁଏ ସେଥିଲାଗି ସତର୍କ ମଧ୍ୟ କରାଇ ଦେଇଛନ୍ତି।

{"id":183928,"sizeSlug":"large"}

ଗତ  ଏପ୍ରିଲ ମାସରେ ରାଫେଲ ମାମଲାର ଶୁଣାଣି ବେଳେ କୋର୍ଟ ଲିକ୍ କାଗଜପତ୍ରକୁ ପ୍ରମାଣ ଭାବି ଦ୍ୱିତୀୟବାର ଶୁଣାଣି ଲାଗି ପ୍ରସ୍ତୁତ ହୋଇଯାଇଥିଲେ। ସେତେବେଳେ ରାହୁଲ କହିଥିଲେ’ ଏବେ କୋର୍ଟ ବି ଚୌକିଦାର ଚୋର ସ୍ୱୀକାର କରିଛନ୍ତି ଅର୍ଥାତ ରାଫେଲ କିଣାରେ ଦୁର୍ନୀତି ହୋଇଛି ’। ସେତେବେଳେ ରାହୁଲଙ୍କ ଏହି ବୟାନ ବିରୋଧରେ ବରିଷ୍ଠ ବିଜେପି ନେତ୍ରୀ ମିନାକ୍ଷୀ ଲେଖି କୋର୍ଟଙ୍କ ଦ୍ୱାରସ୍ଥ ହୋଥିଲେ।

{"id":183929,"width":583,"height":383,"sizeSlug":"large"}

ତେବେ ସୁପ୍ରିମକୋର୍ଟ ଗୁରୁବାର ମାମଲାର ଶୁଣାଣି ବେଳେ ‘ରାହୁଲଙ୍କ ଏଭଳି  ବୟାନ  ଦେଶର ପ୍ରଧାନମନ୍ତ୍ରୀଙ୍କ  ବିରୋଧରେ କୋର୍ଟ ମନ୍ତବ୍ୟ ଭଳି ପ୍ରତୀତ ହୋଇଥିଲା’ । ତେବେ ମାମଲାରେ ରାହୁଲ ନିସର୍ତ୍ତ କ୍ଷମା ଯାଚନା କରିଥିବାରୁ ପ୍ରସଙ୍ଗକୁ ଅଧିକ ନ ବଢାଇବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ରାହୁଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା କ୍ଷମାଯାଚନା ଆଫିଡେଭିଟ୍ କୁ ସ୍ୱୀକାର କରିନେଇଥିବା ବେଳେ ଦେଶର ରାଜନୀତିରେ ରାହୁଲ ଗାନ୍ଧିଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି ବୋଲି କହିଛନ୍ତି। ଏଣୁ ସେଏଭଳି କୌଣସି ବୟାନବାଜୀ କରିବା କଥା ନୁହେଁ ଯେଉଁଥି ଲାଗି  କୋର୍ଟକୁ ରାଜନୈତିକ ବିତର୍କକୁ ଆସିବାକୁ ପଡେ ବୋଲି ରାହୁଲଙ୍କୁ ସତର୍କ କରାଇ ଦେଇଛନ୍ତି।  

{"id":183930,"width":576,"height":383,"sizeSlug":"large"}

ତେବେ କୋର୍ଟଙ୍କୁ ଅବମାନନା କରିବା ରାହୁଲଙ୍କ ଉଦ୍ଦେଶ୍ୟ ନଥିଲା ବୋଲି କହିଛନ୍ତି ତାଙ୍କ ଓକିଲ ଅଭିଷେକ ମନୁ ସିଂଘବି। ହେଲେ ରାଜନୈତିକ ଅଭିଯାନ ସରଗରମରେ କିଛି ଏଭଳି ଶବ୍ଦ ଓ ବକ୍ତବ୍ୟ ମୁହଁରୁ ବାହାରି ପଡିଥିଲା ବୋଲି କହିଛନ୍ତି। ଏଣୁ ରାହୁଲଙ୍କ ନିସର୍ତ୍ତ କ୍ଷମା ଯାଚନାକୁ କୋର୍ଟ ସ୍ୱୀକାର କରିବା ସହ ତାଙ୍କୁ ଅଦାଲତ ଅବମାନନା ମାମଲାରୁ ମୁକ୍ତ କରିଥିବାରୁ କୋର୍ଟଙ୍କ ନିକଟରେ କୃତଜ୍ଞତା ଜ୍ଞାପନକରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.