Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ସେନାରେ ମହିଳାଙ୍କୁ ମିଳିବ ସମାନ ଅଧିକାର

17/02/2020 at 5:10 PM

ନୂଆଦିଲ୍ଲୀ ୧୭/୨: ସେନାରେ ମହିଳାଙ୍କୁ ମିଳିବ ସମାନ ଅଧିକାର ।ମହିଳା ମାନେ ମଧ୍ୟ ସେନାରେ ସ୍ଥାୟୀ ନିଯୁକ୍ତି ପାଇବା ସହିତ କମାଣ୍ଡ ପୋଷ୍ଟିଂ ପାଇପାରିବେ ।ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୩ ମାସ ସମୟ  ଦେଇଛନ୍ତି ।ସେନାବାହିନୀରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

କ୍ୟାପଟେନ୍‌ ତାନିଆ ସେରଗିଲ୍‌ ଯେତେବେଳେ ଗତମାସ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ନେତୃତ୍ବ ନେଇଥିଲେ ସେତେବେଳେ ସାରା ଦେଶରେ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଇଥିଲା ।ଦେଶର ସାମରିକ ଶକ୍ତିର ପ୍ରଦର୍ଶନ ପାଇଁ ହେଉଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ର ନେତୃତ୍ବ ନେଇଥିଲେ ଏହି ମହିଳା ଅଫିସର ତାନିଆ ସେରଗିଲ୍‌ ।ଆଉ ସେହି ଗୌରବପୂର୍ଣ୍ଣ ଦିନର ଅଳ୍ପ କିଛିଦିନ ପରେ ଦେଶର ସର୍ବୋଚ୍ଚ କୋର୍ଟ ସେନା ବାହିନୀରେ ମହିଳାଙ୍କୁ ପୁରୁଷଙ୍କ ସହ ସମାନ ଅଧିକାର ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଆଉ କହିଛନ୍ତି ଏଥିପାଇଁ ଆବଶ୍ୟକ ମାନସିକତାରେ ପରିବର୍ତ୍ତନ । ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ଅଜୟ  ରସ୍ତୋଗୀଙ୍କୁ ନେଇ ଗଠିତ ବେଞ୍ଚ୍‌, ମାମଲାର ଶୁଣାଣି କରି ଏହାର ନିର୍ଦ୍ଦେଶକୁ ୩ ମାସ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ସ୍ଥଳସେନାରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ।ହେଲେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ ।ସାମାଜିକ ବିଧି ବ୍ୟବସ୍ଥା, ଶାରୀରିକ କ୍ଷମତା ଏବଂ ମହିଳାମାନଙ୍କର ପରିବାର ପ୍ରତି ଥିବା ଦାୟିତ୍ବବୋଧକୁ ନେଇ କେନ୍ଦ୍ର ସରକାର ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ବିରୋଧ କରିଥିଲେ ।ଏଥିପାଇଁ କେନ୍ଦ୍ରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କୋର୍ଟ ।ମହିଳା ସେନା ଅଧିକାରୀ ମାନେ ବିଭିନ୍ନ କ୍ଷେତ୍ରରେ ବେଶ୍ ଭଲ ପ୍ରଦର୍ଶନ କରି ପ୍ରଶଂସା ହାସଲ କରିଛନ୍ତି ।ଏପରି କ୍ଷେତ୍ରରେ କେନ୍ଦ୍ର ସରକାର ସେମାନଙ୍କୁ ସମାନ ଅଧିକାର ଦେବାକୁ ମନା କରିବା ପାଇଁ ବ୍ୟାକୁଳ ହେବା ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି ।

ମହିଳାଙ୍କୁ ପୂର୍ବରୁ ସେନାବାହିନୀରେ ସ୍ଥାୟୀ କମିଶନ ନିଯୁକ୍ତି ନ ଦେଇ କେନ୍ଦ୍ର ସରକାର ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି କୋର୍ଟ କହିଛନ୍ତି ।ପୂର୍ବରୁ ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ମହିଳା ଅଧିକାରୀଙ୍କୁ ସେନା ବାହିନୀରେ ସ୍ଥାୟୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ବିଭିନ୍ନ କାରଣ ଦର୍ଶାଇ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରାଇ ଦେଇନଥିଲେ ।

   Related Posts