ସିବିଆଇ ବନାମ ସିବିଆଇ ବିବାଦ ଘଟଣା ; ଆଜି ଚୂଡ଼ାନ୍ତ ରାୟ ପ୍ରଦାନ କରିବେ ସୁପ୍ରିମକୋର୍ଟ
8/01/2019 at 8:55 AM

ନୂଆଦିଲ୍ଲୀ ୮|୧: ସିବିଆଇ ବନାମ ସିବିଆଇ ବିବାଦ ଘଟଣା । ଆଜି ଚୂଡ଼ାନ୍ତ ରାୟ ପ୍ରଦାନ କରିବେ ସୁପ୍ରିମକୋର୍ଟ । ଆନ୍ତକନ୍ଦଳ ଘଟଣାର ଶୁଣାଣି କରି ଗତ ଡିସେମ୍ବର ୬ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ପରସ୍ପର ବିରୋଧରେ ଲାଞ୍ଚ ନେବାର ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବର୍ମାଙ୍କ ଗୋଷ୍ଠୀ ଆସ୍ଥାନାଙ୍କ ନିକଟର ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି ହେବା ପରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଥିଲେ । ଦୁଇ ଅଧିକାରୀଙ୍କୁ ରାତି ଅଧିଆ ଛୁଟିରେ ପଠାଇଦେଇଥିଲେ । ସେହିପରି ବର୍ମାଙ୍କ ଠାରୁ ସମସ୍ତ କ୍ଷମତା ଛଡ଼ାଇ ନେଇଥିଲେ । ଯାହାକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଲୋକ ବର୍ମା । ୨ ବର୍ଷ କାର୍ଯ୍ୟକାଳ ସରିବା ଆଗରୁ ସରକାର ତାଙ୍କୁ କାଢ଼ି ପାରିବେ ନାହିଁ ବୋଲି ସେ ଦର୍ଶାଇଥିଲେ । ସେହିପରି ଘଟଣାର ଏସଆଟି ତଦନ୍ତ ପାଇଁ ମଧ୍ୟ ଦାବି କରିଥିଲେ ।