ହାଥରସ ମାମଲା: ସୁପ୍ରିମକୋର୍ଟ କହିଲେ- ଦିଲ୍ଲୀକୁ ଟ୍ରାନ୍ସଫର ହେବ ନାହିଁ ମାମଲା,ସିବିଆଇ ତଦନ୍ତର ମନିଟରିଂ କରିବେ କୋର୍ଟ

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭/୧୦: ହାଥରସ ଗଣଦୁଷ୍କର୍ମ ଘଟଣା ଓ ମୃତ୍ୟୁ ମାମଲାକୁ ନେଇ ସୁପ୍ରିମକୋର୍ଟ ଆଜି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏବେ ମାମଲାର ଟ୍ରାଏଲ ଉତ୍ତର ପ୍ରଦେଶ ବାହାରେ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଏ ମାମଲା ଉପରେ ଦୃଷ୍ଟି ରଖିବ ଓ ସିବିଆଇ କୋର୍ଟକୁ ରିପୋର୍ଟ ଦେ​‌ବେ। ଏହା ବାଦ୍ ପୀଡ଼ିତାଙ୍କ ସାକ୍ଷୀଙ୍କ ସୁରକ୍ଷା ଉପରେ ମଧ୍ୟ ହାଇକୋର୍ଟ ଦୃଷ୍ଟି ରଖିବେ। ସୁପ୍ରିକୋର୍ଟରେ ପୀଡ଼ିତାଙ୍କ ପରିବାର ଅନୁରୋଧ କରିଥିଲେ ​ କି ଏ ମାମଲାର ଟ୍ରାଏଲ ଦିଲ୍ଲୀରେ କରାଯାଉ। ମାତ୍ର ଅଦାଲତ କହିଥିଲେ ମାମଲା ତଦନ୍ତ ପରେ କୋର୍ଟ ସ୍ଥିର କରିବେ ମାମଲାକୁ ଟ୍ରାନ୍ସଫର ଉତ୍ତର ପ୍ରଦେଶ ନା ଦିଲ୍ଲୀକୁ କରାଯିବ।

ଏହା ପୂର୍ବରୁ ବିଚାରପତି ଏସ ଏ ବୋବଡେ, ଜଷ୍ଟିସ୍ ଏ ବୋପନ୍ନା ଓ ଜଷ୍ଟିସ୍ ରାମାସୁବ୍ରମଣିୟନଙ୍କ ବେଞ୍ଚ ଅକ୍ଟୋବର ୧୫ରୁ ରାୟକୁ ସୁରକ୍ଷିତ ରଖିଥିଲେ। ଯାଚିକାକର୍ତା ଆବେଦନ କରିଥିଲେ ଯେ ୟୁପିରେ ନିଷ୍ପକ୍ଷ ଶୁଣାଣି ସମ୍ଭବ ନୁହେଁ, କାରଣ ତଦନ୍ତରେ ବାଧା ଦିଆଯାଇଛି।

ଉଲ୍ଲେଖନୀୟ​‌ଯେ ସେପ୍ଟେମ୍ବର ୧୪ରେ ହାଥରସରେ ଜଣେ ଦଳିତ ଝିଅ ସହ ଚାରିଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଏହା ପରେ ତାଙ୍କ ଜିଭ କାଟି ଦେଇ ମେରୁଦଣ୍ଡ ଅସ୍ଥି ମଧ୍ୟ ଭାଙ୍ଗି ଦେଇଥିଲେ। ଦିଲ୍ଲୀର ସଫରଦରଗଞ୍ଜ ହସପିଟାଲରେ ଚିକିତ୍ସିତ ହେବା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ଅବଶ୍ୟ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି ଜେଲରେ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.