Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବାଣରେ ‘ବେରିୟମ’ ରସାୟନର ଉପସ୍ଥିତି ନେଇ ସିବିଆଇଙ୍କ ରିପୋର୍ଟରେ ସୁପ୍ରିମ କୋର୍ଟ ଖପ୍ପା, ଜାଣନ୍ତୁ କହିଲେ କ’ଣ ?

29/09/2021 at 7:49 PM

ନୂଆଦିଲ୍ଲୀ ୨୯।୯: ପର୍ବପର୍ବାଣୀ ଓ ଉତ୍ସବରେ ହେଉଥିବା ଆତସବାଜୀରେ ବେରିୟମ ଲବଣର ଉପସ୍ଥିତି ନେଇ ସିବିଆଇ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଯାହାକୁ ନେଇ କୋର୍ଟ ଏପରି ବିଷାକ୍ତ ରସାୟନରେ ଆତସବାଜୀ ନିମନ୍ତେ ବାଣ ପ୍ରସ୍ତୁତକାରୀ କମ୍ପାନୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କୁ ଆମେ ଏମିତି ମରିବାକୁ ଦେଇପାରିବାନି ବୋଲି କହିଛନ୍ତି କୋର୍ଟ। ଏଣୁ ପ୍ରସ୍ତୁତକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ କ୍ଷୋଭପ୍ରକାଶ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଏମ.ଆର.ଶାହା ଓ ଜଷ୍ଟିସ୍ ଏ.ଏସ୍.ବୋପାନ୍ନାଙ୍କ ପୀଠ କହିଛନ୍ତି ଯେ ବାଣ ପ୍ରସ୍ତୁତିରେ ବିଷାକ୍ତ ରସାୟନ ଉପଯୋଗ ନେଇ ସିବିଆଇଙ୍କ ରିପୋର୍ଟ ବାସ୍ତବିକ ଗୁରୁତର। ବାଣ ଲେବଲିଂ ଲାଗି ବେରିୟମର ଉପଯୋଗ ପ୍ରଥମ ଦୃଷ୍ଟ୍ୟ ଉଲ୍ଲଂଘନ ମଧ୍ୟ। ଏଣୁ ଏପରି କାମ କରୁଥିବା କମ୍ପାନୀଙ୍କ ଲାଇସେନ୍ସ କାହିଁକି ରଦ୍ଦ ନ କରାଯିବ ଓ ସେମାନେ ଏଥିଲାଗି ଦଣ୍ଡିତ କାହିଁକି ନ ହେବେ ବୋଲି କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ୨୩ ଅକ୍ଟୋବର ୨୦୧୮ରେ ବାଣ ପ୍ରସ୍ତୁତି ନିମନ୍ତେ ବେରିୟମ ଲବଣ ଅନୁପଯୁକ୍ତ ବୋଲି ଘୋଷଣା କରିଛନ୍ତି।

ତେବେ ଗୁଣାତ୍ମକ ବାଣ ନେଇ ଚେନ୍ନାଇ ସିବିଆଇଙ୍କ ଯାଞ୍ଚରୁ ୧୧ଟି ତିଆରି ବାଣର କଞ୍ଚାମାଲ ପରୀକ୍ଷଣ ବେଳେ ସେଥିରେ ବେରିୟମ ଥିବାର ଜଣାପଡିଥିଲା। ସେହିପରି ୪ଟି ତିଆରି ବାଣ ବେରିୟମ ଲାଗି ସକରାତ୍ମକ ଚିହ୍ନଟ ହୋଇଥିଲେ। ଏହି ସବୁ ବାଣ ୨୦୨୦ ମସିହାରେ ତିଆରି ହୋଇଥିଲା। ଏଥିରୁ କୋର୍ଟ ଏବେ ଗ୍ରୀନ ବାଣ ପ୍ରସ୍ତୁତି ଲାଗି ମଧ୍ୟ ଅନୁମତି ଦେବା ବିପଦଜନକ ବୋଲି କହିଛନ୍ତି। ଯେଉଁମାନେ ଆଜମାରେ ଆକ୍ରାନ୍ତ ସେମାନେ ଜାଣନ୍ତି ବାରୁଦ ଗନ୍ଧ କିପରି ସେମାନଙ୍କ ଲାଗି ଦୁର୍ବିସହ। ଏଣୁ ଏଭଳି ମାମଲା ଆଦୌ ଗ୍ରହଣୀୟ ନୁହେଁ ବୋଲି ପୀଠ କହିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୬ ତାରିଖରେ ହେବ।

   Related Posts