ଏବେ ଯାଏଁ ପ୍ୟାନକାର୍ଡ଼ କରିନାହାନ୍ତି କି : ତେବେ ପଢ଼ନ୍ତୁ ସୁପ୍ରିମକୋର୍ଟର ନିଷ୍ପତ୍ତି

Published By : Prameya-News7 Bureau | June 19, 2019 IST

ନୂଆଦିଲ୍ଲୀ ୧୯/୬: ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପ୍ୟାନ୍) ଦଶ ଡିଜିଟ୍ ଥିବା ଏକ ନମ୍ବର ଯାହାକୁ ଆୟକର ବିଭାଗ ଜାରି କରିଥାଏ। ପୃାନ କାର୍ଡ଼ର ବ୍ୟବହାର ଇନକମ୍ ଟ୍ୟାକ୍ସକୁ ଜମା କରିବା ପାଇଁ କରାଯାଇଥାଏ। ଏହା ଆମର ସବୁଠୁ ବଡ଼ ଆର୍ଥିକ ଦସ୍ତାବିଜ ଅଟେ। ପ୍ୟାନ କାର୍ଡ଼କୁ ପରିଚୟ ପତ୍ର ଏବଂ ଠିକଣା ପ୍ରମାଣ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ। ଆର୍ଥିକ ନେଣଦେଣରେ ପ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ।

ପ୍ୟାନ କାର୍ଡ଼ ଏକ ବିଶିଷ୍ଟ ପରିଚୟ ପତ୍ର କାର୍ଡ଼ ଯାହାକୁ ସ୍ଥାୟୀ ଖାତା ସଂଖ୍ୟା ମଧ୍ୟ କୁହାଯାଇଥାଏ। ପ୍ୟାନ କାର୍ଡ଼ ଯେକୈାଣସି ବ୍ୟାଙ୍କ ଖାତା ଖୋଲିବା ପାଇଁ,ଟଙ୍କା ବାହାର କରିବା କିମ୍ବା ଜମା କରିବା, କିମ୍ବା ଆୟକର ଦେଉଥିବା ବ୍ୟକ୍ତିଙ୍କ ପରିଚୟ ପାଇଁ ଏହା ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ପ୍ୟାନ କାର୍ଡ଼ ଏତେ ଜରୁରୀ ଯେ ଏହା ସତ୍ବେ ମଧ୍ୟ କେତେକ ଲୋକ ପ୍ୟାନ କାର୍ଡ଼ କରିନଥାଆନ୍ତି। ଯଦି ଆପଣ ମଧ୍ୟ ପ୍ୟାନ କାର୍ଡ଼ କରିନାହାନ୍ତି କିମ୍ବା ଏହା ସହିତ ଆଧାର ଲିଙ୍କ କରିନାହାନ୍ତି ତେବେ ଆପଣଙ୍କୁ ଏଥିପାଇଁ ଭାରି ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ।

ପ୍ୟାନ କାର୍ଡ଼ ଏବଂ ଆଧାରକୁ ଲିଙ୍କ କରିବା କେତେ ଜରୁରୀ ତାହା ଆମେ ସମସ୍ତେ ଜାଣିଛୁ। ସରକାର ପ୍ୟାନ ଏବଂ ଆଧାରକୁ ଲିଙ୍କ କରିବାର ଶେଷ ତାରିଖ ଆଗକୁ ବଢ଼ାଇ ସେପ୍ଟେମ୍ବର ୩୦ କରି ଦେଇଛନ୍ତି। କିନ୍ତୁ ଯଦି ଆପଣ ଆଇଟିଆର ଜମା କରୁଛନ୍ତି ତେବେ ଆପଣଙ୍କୁ ବ୍ୟାନ ଏବଂ ଆଧାରକୁ ଜୁଲାଇ ୩୧ପୂର୍ବରୁ ଲିଙ୍କ କରାଇବାକୁ ପଡ଼ିବ। କାରଣ ଯଦି ଆପଣ ଏପରି ନକରନ୍ତି ତେବେ ଆପଣ ରିଟର୍ଣ୍ଣ ଫାଇଲ୍ କରିପାରିବେ ନାହିଁ।

ସରକାର ରିଟର୍ଣ୍ଣ ଜମା କରିବା ପାଇଁ ପ୍ୟାନ ଏବଂ ଆଧାରର ଲିଙ୍କକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ସିବିଡିଟି ମଧ୍ୟ ଅନେକ ଥର କହିଛନ୍ତି ଯେ ୨୦୧୯  ଅପ୍ରେଲ୍ ୧ରୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା ସମୟରେ ଆଧାର ନମ୍ବର କହିବା ଅନିବାର୍ଯ୍ୟ ହେବ।

ସୁପ୍ରିମ କୋର୍ଟ ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ରର ଆଧାର ଯୋଜନାକୁ ସାମ୍ବିଧାନିକ ରୂପରେ ବୈଧ ମାନିଥିଲା। କୋର୍ଟ କହିଥିଲା ଯେ ପ୍ୟାନ ଦେବା ସମୟରେ ଏବଂ ରିଟର୍ଣ୍ଣ ଜମା କରିବାବେଳେ ଆଧାରର ଉଲ୍ଲେଖ ଅନିବାର୍ଯ୍ୟ ହେବ।

ଇନକମ୍ ଟ୍ୟାକ୍ସ ବିଭାଗ କିଛି ସମୟ ପୂର୍ବରୁ ପ୍ୟାନ କାର୍ଡ଼କୁ ନେଇ ଏକ ନିୟମ ଜାରି କରିଛି। ପ୍ରକୃତରେ ବିନା ଆଇ କାର୍ଡ଼ରେ ବର୍ଷକରେ ୨.୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ନେଣଦେଣ ହୋଇପାରିବ ନାହିଁ। ଏହି ନିୟମ ଜୁନ୍ ୧ତାରିଖରୁ ଲାଗୁ ହୋଇସାରିଛି।

ଯଦି ଆପଣଙ୍କ ପାଖରେ ପ୍ୟାନ କାର୍ଡ଼ ନାହିଁ କିମ୍ବା ଆପଣ ପ୍ୟାନ କାର୍ଡ଼ ପାଇଁ ଆବେଦନ କରିନାହାନ୍ତି ତେବେ ଆପଣ ସମସ୍ୟାରେ ପଡ଼ିବେ। ଏଥିରେ ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ ଶ୍ରେଣୀର ଲୋକ ସାମିଲ ଅଛନ୍ତି। ଏପରି ନକରିବା ଦ୍ବାରା ଇନକମ୍ ଟ୍ୟାକ୍ସ ବିଭାଗ ଜୋରିମାନା ଆଦାୟ କରିବ । ଆଇଟିଆର ଜମା କରୁନଥିବା କମ୍ପାନୀକୁ ପ୍ୟାନ କାର୍ଡ଼ ପାଇଁ ଆବେଦନ କରିବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.