Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଜେଲରେ କଏଦୀଙ୍କୁ କରୋନା ପ୍ରସଙ୍ଗ : ଚିନ୍ତା ପ୍ରଘଟ କଲେ ସୁପ୍ରିମକୋର୍ଟ, ଜାମିନରେ ମୁକ୍ତ ହୋଇପାରନ୍ତି ବନ୍ଦୀ

7/05/2021 at 1:24 PM

ନୂଆଦିଲ୍ଲୀ ୭/୫ : ଦିଲ୍ଲୀର ସବୁଠାରୁ ବଡ ତିହାର ଜେଲରେ ୧୯୦ କଏଦୀଙ୍କ କରୋନା ସଂକ୍ରମିତ ହେବା ପରେ ଚିନ୍ତା ବଢିଛି । ଏହାସହ କରୋନାରେ କଏଦୀଙ୍କ ମୃତ୍ୟୁ ଖବର ନେଇ ସୁପ୍ରିମକୋର୍ଟ ତାଗିଦ୍ କରିଛନ୍ତି । ଜେଲରେ ସଂକ୍ରମଣ ପରେ ସୁପ୍ରିମକୋର୍ଟ ବର୍ତ୍ତମାନ ବନ୍ଦୀଙ୍କୁ ଜାମିନରେ ଛାଡିବାକୁ ବିଚାର କରୁଛନ୍ତି । ଖୁବଶୀଘ୍ର ଏହି ନିର୍ଦ୍ଦେଶ ପାରିତ ହେବ ବୋଲି କୋର୍ଟ କହିଛନ୍ତି ।

ଗତଥର ମଧ୍ୟ କେତେକ ବର୍ଗର ବନ୍ଦୀମାନଙ୍କୁ ସୁପ୍ରିମକୋର୍ଟ ଜାମିନରେ ମୁକ୍ତ କରିଥିଲେ। ଆଜି ଅନୁଷ୍ଠିତ ଶୁଣାଣିରେ CJI NV Ramana କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ବିପଦଜନକ । ଶେଷ ଥର ଅପେକ୍ଷା କରୋନାର ଦ୍ୱିତୀୟ ଲହର ଆହୁରି ବିଚଳିତ କରୁଛି । ଗତଥର ଦାଖଲ ହୋଇଥିବା ଆବେଦନଗୁଡ଼ିକର ପୁନର୍ବିଚାର କରାଯିବା ଆବଶ୍ୟକ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ୨୩ ମାର୍ଚ୍ଚ ୨୦୨୦ରେ ଏକ ଉଚ୍ଚ ଶକ୍ତି କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ କମିଟି ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥିଲା ।

   Related Posts