Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ସିଏଏକୁ ବିରୋଧ : ସୁପ୍ରିମକୋର୍ଟରେ ଦାୟର ପିଟିସନଗୁଡିକ ଉପରେ ଆଜି ଶୁଣାଣି

22/01/2020 at 9:05 AM

ନୂଆଦିଲ୍ଲୀ ୨୨/୧: ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାୟର ପିଟିସନଗୁଡିକ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି ହେବ । ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ୧୪୪ଟି ପିଟିସନ ଦାୟର କରାଯାଇଛି। ଡିସେମ୍ବର ୧୮ତାରିଖରେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ବିଚାରପତି ଖଣ୍ଡପୀଠ ଏହି ପିଟିସନଗୁଡିକ ଉପରେ ପ୍ରଥମ ଶୁଣାଣି କରି କେନ୍ଦ୍ର ସରକାର ଓ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କୁ ନୋଟିସ ଜାରି କରିଥିଲେ।

ନୋଟିସ ଉପରେ ଆଟର୍ଣ୍ଣି ଜେନେରାଲ ତାଙ୍କର ଜବାବ ରଖିବେ।  ସିଏଏକୁ ଚ୍ୟାଲେଞ୍ଜ କରି ଦେଶର ବିଭିନ୍ନ ହାଇକୋର୍ଟରେ ଏକାଧିକ ପିଟିସନ ଦାଖଲ କରାଯାଇଛିଥିଲା। ଏସବୁ ପିଟିସନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରି ଏକାସାଙ୍ଗରେ ଶୁଣାଣି କରିବାକୁ କେନ୍ଦ୍ର ସରକାର ନିବେଦନ କରିଥିଲେ। ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ପିଟିସନ ସମେତ ସିଏଏ ସମ୍ବନ୍ଧୀୟ ସମସ୍ତ ପିଟିଶନର ଶୁଣାଣି କରିବେ ବୋଲି ଘୋଷଣା କରିଥିଲେ।

   Related Posts