ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ମାମଲା : ୩ ଜଣିଆ ଖଣ୍ଡପୀଠରେ ଶୁଣାଣି
22/10/2019 at 10:33 AM

ନୂଆଦିଲ୍ଲୀ ୨୨।୧୦: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ମାମଲା । ଆଜି ୩ ଜଣିଆ ଖଣ୍ଡପୀଠର ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି ।
ପୁରୀ ଜିଲ୍ଲାପାଳଙ୍କଠାରୁ ସଂଗୃହୀତ ନଥିପତ୍ର ଓ ସୂଚନା ଆଧାରରେ ରାଜ୍ୟ ସରକାରଙ୍କ ଉଚ୍ଛେଦ ମାମଲା ଷ୍ଟାଟସ୍ ରିପୋର୍ଟରେ ରାଜ୍ୟ ସରକରା ତଥ୍ୟ ଉପସ୍ଥାପନା କରିଛନ୍ତି । ଶ୍ରୀମନ୍ଦିର ଆଖପାଖରେ ଥିବା ମଠମାନଙ୍କ ସମ୍ପର୍କରେ ମଧ୍ୟ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏହି ରିପୋର୍ଟ ଉପରେ ଆଜି ୩ଜଣିଆ ଖଣ୍ଡପୀଠର ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ ।
ଷ୍ଟାଟସ ରିପୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ମଠର ମହନ୍ତ ଓ ପ୍ରଶାସକଙ୍କ ସହିତ ବିଚାର ବିମର୍ଶ କରାଯାଇ ନିଷ୍ପତି ନିଆଯାଇଛି । ମଠଗୁ଼ଡିକର ସୁରକ୍ଷା ସୁନିଶ୍ଟିତ କରାଯିବା, ସଂରକ୍ଷଣ , ଧାର୍ମିକ ଭାବନା , ଆଧ୍ୟାତ୍ମିକତା , ମଠର ସମାଧି, ମଠର ଅବଶେଷରେ ବାଧା ସୃଷ୍ଟି କରାଯିବନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ କୁହାଯାଇଛି ।