Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଅଯୋଧ୍ୟା ମାମଲା ଉପରେ ଆଜିଠୁ ସୁପ୍ରିମକୋର୍ଟର ସ୍ବତନ୍ତ୍ର ଖଣ୍ଡପୀଠରେ ଆରମ୍ଭ ହେବ ଶୁଣାଣି

29/10/2018 at 10:21 AM

ନୂଆଦିଲ୍ଲୀ ୨୯|୧୦: ଅଯୋଧ୍ୟା ମାମଲା ଉପରେ ଆଜିଠୁ ସୁପ୍ରିମକୋର୍ଟର ସ୍ବତନ୍ତ୍ର ଖଣ୍ଡପୀଠରେ ଶୁଣାଣି ଆରମ୍ଭ ହେବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠରେ ଅନ୍ୟ ଦୁଇ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ କେ. ଏମ ଜୋଶେଫ ରହିଛନ୍ତି । ୨୦୧୦ରେ ଆଲହାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ୧୩ଟି  ଆବେଦନ ସୁପ୍ରିମକୋର୍ଟରେ ହୋଇଛି। ହାଇକୋର୍ଟ ସେତେବେଳେ ଅଯୋଧ୍ୟାର ବିବାଦୀୟ ୨ ଦଶମିକ ୭୭ ଏକର ଜମି ତିନିଟି ପକ୍ଷ ମଧ୍ୟରେ ବାଣ୍ଟିଥିଲେ। ଯେଉଁଥିରେ ସୁନ୍ନି ୱାକଫ୍ ବୋର୍ଡ, ନିର୍ମାହି ଆଖଡ଼ା ଏବଂ ରାମଲାଲଙ୍କ ମଧ୍ୟରେ ଏହି ଜମି ବିବାଦ ସୀମିତ ବୋଲି ଦର୍ଶାଇଥିଲେ।  ଯାହାକୁ ଚ୍ୟାଲେଞ୍ଜ କରି ସୁନ୍ନି ୱାକଫ୍ ବୋର୍ଡ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ପରେ ପରେ ଏଥିରେ ଅନ୍ୟ ଆବେଦନକାରୀ ଯୋଡ଼ି ହୋଇଥିଲେ । ସେପ୍ଟେମ୍ବର ୨୭ରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରି ମାମଲାକୁ ୫ ଜଣିଆ ଖଣ୍ଡପୀଠକୁ ପଠାଇବା ଲାଗି ସିଧା ମନା କରିଦେଇଥିଲେ । ଅକ୍ଟୋବର ୨୯ ତାରିଖରୁ ସ୍ବତନ୍ତ୍ର ଖଣ୍ଡପୀଠରେ ଏହାର ଶୁଣାଣି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ୧୯୯୪ରେ କୋର୍ଟ ରାୟ ଦେଇଥିଲେ ମସଜିଦରେ ନମାଜ ପାଠ କରିବା ମୁସଲମାନମାନଙ୍କର ଅଭିନ୍ନ ଅଂଶ ନୁହେଁ। ଏଥିରେ ମଧ୍ୟ କୌଣସି ପରିବର୍ତ୍ତନ କରିବା ଲାଗି ସୁପ୍ରିମକୋର୍ଟ ମନା କରିଦେଇଥିଲେ।  ଏସବୁ ଉପରେ ଆଜିଠାରୁ ସ୍ବତନ୍ତ୍ର ଭାବେ ଶୁଣାଣି ଜାରି ରହିବ।

   Related Posts