Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ପିଏମ କେୟାର୍ସ ଫଣ୍ଡର ସ୍ଥାପନା ବିରୋଧରେ ସୁପ୍ରିମକୋର୍ଟରେ ଜନସ୍ଵାର୍ଥ ମାମଲା, କାଲି ଶୁଣାଣି

12/04/2020 at 5:16 PM

ନୂଆଦିଲ୍ଲୀ ୧୨।୦୪: କରୋନା ଭାଇରସ୍‌ର ମୁକାବିଲା ପାଇଁ ଗଠିତ ପିଏମ କେୟାର୍ସ ଫଣ୍ଡକୁ ନେଇ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହେବ।  ଏକ ଜନସ୍ଵାର୍ଥ ଯାଚିକାରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ରଦ୍ଦ କରିବାକୁ ଦାବି କରାଯାଇଛି। କରୋନା ମୁକାବିଲା ପାଇଁ ଗଠିତ ପିଏମ କେୟାର୍ସ ଫଣ୍ଡରେ ସାଧାରଣ ଜନତା ମଧ୍ୟ ଦାନ କରି ପାରିବେ।

କେନ୍ଦ୍ର ମାର୍ଚ୍ଚ ୨୮ରେ କୌଣସି ପ୍ରକାରର ଜରୁରୀକାଳୀନ ସ୍ଥିତି ମୁକାବିଲା ପାଇଁ ପିମଏ କେୟାର୍ସ ଫଣ୍ଡର ସ୍ଥାପନ କରାଯାଇଛି। ଏହାର ଉଦ୍ଦେଶ୍ୟ କରୋନା ଭାଇରସ୍‌ ପ୍ରକୋପର ମୁକାବିଲା ଓ ପ୍ରଭାବିତ ଲୋକଙ୍କୁ ରିଲିଫ୍ ଦେବା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହି ଫଣ୍ଡର ଅଧ୍ୟକ୍ଷ ଥାନ୍ତି ଏବଂ ପ୍ରତିରକ୍ଷା, ଗୃହ ଓ ଅର୍ଥ ମନ୍ତ୍ରୀ ଏହାର ସଦସ୍ୟ ଥାନ୍ତି।

ମୁଖ୍ୟ ବିଚାରପତି ଏସଏ ବୋବଡେ, ଜଷ୍ଟିସ୍ ଏଲ ନାଗେଶ୍ଵର ରାଓ ଓ ଜଷ୍ଟିସ ଏମ,ଏମ, ଶାନ୍ତନଗୌଧରଙ୍କ ପୀଠ କାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ କେୟାର୍ସ ଫଣ୍ଡର ସ୍ଥାପନା ବିରୋଧରେ ଓକିଲ ଏମଏଲ ଶର୍ମାଙ୍କ ଦ୍ଵାରା ଦାୟର ଯାଚିକା ଉପରେ ଶୁଣାଣି କରିବେ।

ଜନସ୍ଵାର୍ଥ ମାମଲାରେ କୁହାଯାଇଛି ଯେ, ପ୍ରେସ୍ ବିଜ୍ଞପ୍ତି ଜାରି କରି ପିଏମ କେୟାର୍ସ ଫଣ୍ଡର ସ୍ଥାପନା ବିଷୟରେ ସୂଚନା ଦିଆଗଲା ଏବଂ ଭାରତର ପ୍ରଧାନମନ୍ତ୍ରୀ କୋଭିଡ୍-୧୯ ର ମୁକାବିଲା ପାଇଁ  ଦାନ କରିବାକୁ ଅପିଲ୍ କଲେ। ମାତ୍ର ଏହି ସମ୍ବନ୍ଧରେ କୌଣସି ଅଧ୍ୟାଦେଶ କିମ୍ବା ଭାରତ ସରକାରଙ୍କ ଦ୍ଵାରା ରାଜପତ୍ର ଅଧିସୂଚନା ଜାରି  କରାଯାଇ ନାହିଁ।

ଜନସ୍ଵାର୍ଥ ଯାଚିକାରେ ଫଣ୍ଡରେ ଏ ପର୍ଯ୍ୟନ୍ତ ପ୍ରାପ୍ତ ଦାନକୁ ଭାରତୀୟ ରାଜସ୍ଵରେ ସ୍ଥାନାନ୍ତର କରିବାକୁ ଦାବି କରାଯାଇଛି। ଏହି ଯାଚିକାରେ ଫଣ୍ଡର ସମସ୍ତ ଟ୍ରଷ୍ଟି ସହିତ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ଏହା ବ୍ୟତୀତ ଫଣ୍ଡର ସ୍ଥାପନାର ଯାଞ୍ଚ ପାଇଁ ଅଦାଲତର ତତ୍ଵାବଧାନରେ ଏସଆଇଟି ଯାଞ୍ଚର ଦାବି କରାଯାଇଛି।

   Related Posts