Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ସୁପ୍ରିମକୋର୍ଟରେ ନିର୍ଭୟା ମାମଲା, ଦୋଷୀ ମୁକେଶର ପିଟିସନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ

28/01/2020 at 9:09 AM

ନୂଆଦିଲ୍ଲୀ ୧୮।୦୧:  ନିର୍ଭୟା ଦୋଷୀ ମୁକେଶ କୁମାର ସିଂହ ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛି। ଏହା ସହିତ ଫେବୃଆରୀ ୧ରେ ଫାଶୀ ଦେବା ଲାଗି ନିମ୍ନ ଅଦାଲତ ଜାରି କରିଥିବା ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଲାଗୁ କରିବାକୁ ମଧ୍ୟ ଦାବି କରିଛି ଦୋଷୀ ମୁକେଶ ।

ସୁପ୍ରିମକୋର୍ଟରେ ମଙ୍ଗଳବାର ଦିନ ୧୨ଟା ୩୦ରେ ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ବିଚାରପତି ଆର ଭାନୁମତି, ଅଶୋକ ଭୂଷଣ ଓ ଏଏସ୍ ବୋପାନ୍ନା ମାମଲାର ଶୁଣାଣି କରିବେ । ଜାନୁଆରୀ ୧୭ରେ ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଥିଲେ। ଜାନୁଆରୀ ୧୪ରେ ମୁକେଶ ରାଜକ୍ଷମା ଆବେଦନ କରିଥିବାବେଳେ ଦୁଇଦିନ ପରେ ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରିଥିଲେ। ତେବେ ରାଷ୍ଟ୍ରପତି ତାର ରାଜକ୍ଷମା ଆବେଦନକୁ ଠିକ୍ ଭାବେ ବିଚାର କରି ନାହାନ୍ତି ବୋଲି ମୁକେଶ ପିଟିସନରେ ଇଲ୍ଲେଖ କରିଥିବା ଜଣାପଡିଛି । ସେପଟେ ନିର୍ଭୟା ମାମଲାରେ ଏକମାତ୍ର ସାକ୍ଷୀକୁ ପ୍ରଭାବିତ କରାଯାଇଥିବା ଅନ୍ୟତମ ଦୋଷୀ ପୱନ ଗୁପ୍ତାର ବାପା ଅଭିଯୋଗ କରିଥିଲେ । ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ମୁକେଶ ସହିତ ପୱନର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଥିବାବେଳେ ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହ ପୁନର୍ବିଚାର ଆବେଦନ କରି ନାହାନ୍ତି। ଫେବୃଆରୀ ୧ରେ ଦୋଷୀଙ୍କୁ ଫାଶୀ ଦେବା ନେଇ ଅନିଶ୍ଚିତତା ଲାଗି ରହିଛି ।

୨୦୧୨ ଡିସେମ୍ବର ୧୬ତାରିଖ ଦିନ ଜଣେ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା ଉଦ୍ୟାମ କରିଥିଲେ । କିଛି ଦିନ ମେଡିକାଲରେ ଚିକିତ୍ସିତ ହେବା ପରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । କିଛି ଦିନ ପରେ ପୋଲିସ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିଲା । ସେହିପରି ତିହାଡ ଜେଲରେ ଦୋଷୀ ରାମ ସିଂହ ଫାଶୀ ଲଗାଇ ଆତ୍ମହତ୍ୟା କରିସାରିଛି । ଆଉ ୪ଜଣ ଦୋଷୀ ଏବେ ଜେଲରେ ରାତି କାଟୁଛନ୍ତି । କୋର୍ଟ ସମସ୍ତ ୪ଦୋଷୀଙ୍କୁ ଫେବୃଆରୀ ୧ତାରିଖ ଦିନ ଫାଶୀ ଦେବା ପାଇଁ ସ୍ଥିର କରିଛନ୍ତି।  

   Related Posts