କର୍ଣ୍ଣାଟକ ରାଜନୀତି : ଆଜି ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | July 17, 2019 IST

ନୂଆଦିଲ୍ଲୀ ୧୭|୭: କର୍ଣ୍ଣାଟକ ନାଟକ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । କର୍ଣ୍ଣାଟକ ମେଣ୍ଟ ସରକାରରୁ ଇସ୍ତଫା ଦେଇଥିବା ବିଧାୟକଙ୍କ ଆବେଦନ ଉପରେ ଆଜି ଫଇସଲା ହେବ । ସକାଳ ସାଢେ ୧୦ ଟାରେ ସୁପ୍ରିମକୋର୍ଟ ରାୟ ଶୁଣାଇବେ । ଗତକାଲି ମମାଲାର ଶୁଣାଣି ସମୟରେ ବିଦ୍ରୋହୀ ବିଧାୟକମାନେ ଇସ୍ତଫାପତ୍ରକୁ ମଞ୍ଜୁର କରିବା ଲାଗି ପିଟିସନ ଦାଖଲ କରିଥିଲେ। ଏହା ସହିତ ଅଯୋଗ୍ୟତା ଘୋଷଣା ନେଇ ହୋଇଥିବା କାର୍ଯ୍ୟାନୁଷ୍ଠାନର ବିରୋଧ କରିଥିଲେ ।

ତେବେ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗରେ ବାଚସ୍ପତିଙ୍କ ନିଷ୍ପତ୍ତି ବିଳମ୍ବକୁ ସର୍ବୋଚ୍ଚ ଅଦାଲତଙ୍କ ଭତ୍ସନା କରିବା ସହ ଏ ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ବାଚସ୍ପତି କେ ଆର ରମେଶ ଏ ସଂକ୍ରାନ୍ତରେ ଆଜି ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ସେପଟେ  କଂଗ୍ରେସ-ଜେଡିଏସ୍ ର ୧୬ ବିଧାୟକ ଇସ୍ତଫା ଦେବା ପରେ ସଂକଟରେ ଥିବା ମେଣ୍ଟ ସରକାର ଆସନ୍ତାକାଲି ଫ୍ଲୋର୍ ଟେଷ୍ଟ ଦେବ। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା ନଥିବା ଅଭିଯୋଗ କରି ବିଜେପି ଅନାସ୍ଥା ପ୍ରସ୍ତାବ ଆଣିଥିଲା।

ଆସନ୍ତାକାଲି ଦିନ ୧୧ଟାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ଆସ୍ଥା ଭୋଟ ଲୋଡିବେ । ୨୨୪ ସଂଖ୍ୟା ବିଶିଷ୍ଟ ବିଧାନସଭାରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ପାଖରେ ବିଦ୍ରୋହୀ ବିଧାୟକମାନଙ୍କୁ ଛାଡି ୧୦୦ ଏବଂ ବିଜେପି ପାଖରେ ୧୦୫+ ବିଧାୟକ ଅଛନ୍ତି । ତେବେ ଏଭଳି ପରିସ୍ଥିତିରେ କଣ ହେବ କର୍ଣଅଣାଟକ ରାଜନୀତିର ଭବିଷ୍ୟକ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.