କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସହ ୮ଟି ମାମଲା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | September 16, 2019 IST

ନୂଆଦିଲ୍ଲୀ ୧୬/୯: ଜମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା, ରାଷ୍ଟ୍ରପତି ଶାସନ ଲାଗୁ ଏବଂ ବିଭିନ୍ନ ନେତାମାନଙ୍କୁ  କାଶ୍ମୀର ଯିବାକୁ ବାରଣ  ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ବିଶେଷ ଭାବେ କଂଗ୍ରେସ ନେତା  ଗୁଲାମାନବୀ ଆଜାଦଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତାଙ୍କୁ କାଶ୍ମୀରୁକୁ ଜାଣିଶୁଣି ଛଡା ନଯିବା ପ୍ରସଙ୍ଗରେ ସୁପ୍ରମକୋର୍ଟରେ ରୁଜୁ ହୋଇଥିବା ୮ଟିରୁ ଅଧିକ ମାମଲା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । 

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ବିଚାରପତି ଏସ୍ଏ ବୋବଡେ  ଏବଂ ଏସ୍.ଅବଦୁଲ ନଜିର ଏହି ମାମଲାର ଶୁଣାଣି କରିବେ । କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସହ ନିଜ ପରିବାର ସଦସ୍ୟଙ୍କ ସହ ଭେଟିବାକୁ ଦିଆଯାଉନଥିବା  ଅଭିଯୋଗ ଆଣି କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ନିକଟରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ଯାହାର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ । ନିକଟ ଅତିତରେ ଗୁଲମାନବୀ  କାଶ୍ମୀର ପରିଦର୍ଶନରେ ଦୁଇଦୁଇ ଥର ବାହାରିଥିଲେ ମଧ୍ୟ ତାଙ୍କୁ ଅନୁମତି  ମିଳିନଥିଲା । ଏପରିକି  ତାଙ୍କୁ  ଏୟାରପୋର୍ଟରୁ ଫେରାଇ ଦିଆଯାଇଥିଲା ।

ସେହିପରି ସାଜଦ ଲୋନ୍ , ଶିଶୁ ସୁରକ୍ଷା କର୍ମୀ  ଇନାକ୍ଷୀ ଗାଙ୍ଗୁଲି, ପ୍ରଫେସର ଶାନ୍ତା ସିହ୍ନାଙ୍କ ଦ୍ବାରା ଦାୟର ହୋଇଥିବା ମାମଲା ଉପରେ ମଧ୍ୟ ଆଜି ସୁପ୍ରିମକୋର୍ଟ ଶୁଣାଣି  କରିବେ ।  ସେହିପରି କାଶ୍ମୀରରେ  ଗଣମାଧ୍ୟମ ଉପରେ ଲାଗୁ ହୋଇଥିବା କଟକଣାକୁ ନେଇ କାଶ୍ମୀର ଟାଇମ୍ସ ର ସମ୍ପାଦିକା ଅନୁରାଧା ଭାସିନ୍ ଦ୍ବାରା ରୁଜୁ ମାମଲାର ହେବ ଶୁଣାଣି । ଏହାସହ ଏମଡିଏମ ମୁଖ୍ୟ ଭାଇକୋ, ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍  ଅବଦୁଲା, ଏବଂ  ସିପିଏମ ନେତା ସୀତାରମା ୟଚୁରୀଙ୍କ ଦ୍ବାରା  କାଶ୍ମୀର ପ୍ରସଙ୍ଗରେ  ରୁଜ୍ଜୁ ହୋଇଥିବା ବିଭିନ୍ନ ମାମଲା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.