ଆଜିଠୁ ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ଆଗତ ମାମଲାର ଶୁଣାଣି
10/12/2019 at 7:33 AM

ନୂଆଦିଲ୍ଲୀ ୧୦।୧୨: ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ଆଗତ ମାମଲାର ଆଜିଠୁ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ସୁପ୍ରିମକୋର୍ଟରେ ଆଗତ ହୋଇଥିଲା ମାମଲା। ବିଚାରପତି ଏନ ଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମେହେଟା ଓ ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ସମେତ ସମସ୍ତ ପକ୍ଷଙ୍କୁ ଏଥିପାଇଁ ପ୍ରସ୍ତୁତ ହୋଇ ଆସିବାକୁ କୋର୍ଟ କହିଛନ୍ତି। ନ୍ୟାସନାଲ କନଫରେନ୍ସ ର ମହମ୍ମଦ ଆକବର ଲୋନ୍ ଓ ବିଚାରପତି ହାସନୈନ ମାସୁଦି , ଜମ୍ମୁ କାଶ୍ମୀର ପିପୁଲ୍ସ କନଫରେନ୍ସ ନେତା ସାଜଦ ଲୋନ୍ , ସିପିଆଇଏମ୍ ନେତା ୟୁସୁଫ ତାରିଗାମିଙ୍କ ସମେତ ଏକାଧିକ ବ୍ୟକ୍ତିବିଶେଷଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଆବେଦନ ଉପରେ ପୀଠ ଏକତ୍ର ଶୁଣାଣି କରିବେ। ନଭେମ୍ବର ୧୪ରେ ମାମଲା ଉପରେ ଶୁଣାଣି କରି କୌଣସି ଅନ୍ତରୀଣ ନିର୍ଦେଶ ଦେବାକୁ ମନା କରିଥିଲେ କୋର୍ଟ।