ଆଜି ଆସିବ ରାଫେଲ୍ ଡିଲ୍ ରାୟ

Published By : Prameya-News7 Bureau | December 14, 2018 IST

ନୂଆଦିଲ୍ଲୀ ୧୪|୧୨:  ଆଜି ରାଫେଲ୍  ରାୟ ଆଜି।  ଯୁଦ୍ଧ ବିମାନ କିଣା ବୁଝାମଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ଅନିୟମିତତା ଅଭିଯୋଗର ତଦନ୍ତ ଆଦାଲତଙ୍କ ତତ୍ତ୍ବାବଧାନରେ ସିବିଆଇ ଦ୍ବାରା କରିବା ଲାଗି ହୋଇଥିବା ଆବେଦନ ଉପରେ ଆଜି କୋର୍ଟ ରାୟ ଦେବେ । ଗତ ନଭେମ୍ବର ୧୪ରେ ମାମଲାର ଶୁଣାଣିକରି ରାୟ ସଂରକ୍ଷିତ ରଖିଛନ୍ତି ପ୍ରଧାନବିଚାର ପତିଙ୍କ ଖଣ୍ଡପୀଠ । ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ପ୍ରଶାନ୍ତ ଭୂଷଣ, ଅରୁଣ ସୌରୀ, ଯଶବନ୍ତ ସିହ୍ନା ଏମ୍ ଏଲ ଶର୍ମା ପ୍ରମୁଖ । ବୁଝାମଣାରେ ସ୍ବଚ୍ଛତାନାହିଁ । ନିର୍ଦ୍ଧିଷ୍ଟ ଭାବେ ଏକ ଘରେ କମ୍ପାନୀକୁ ଲାଭ ଦେବା ଉଦ୍ଦେଶ୍ୟରେ ଏହି ଡିଲ୍  ହୋଇଥିବା ଆବେଦନକାରୀ ଯୁକ୍ତି ଦର୍ଶାଇଛନ୍ତି । ଏହା ଭାରତ-ଫ୍ରାନ୍ସ ମଧ୍ୟରେ ନୁହେଁ ବଂର ଦୁଇଟି କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତିରେ ଦର୍ଶାଯାଇଛି ।

ସରକାର ୧୪ ପୃଷ୍ଠାର ସତ୍ୟପାଠରେ ଦର୍ଶାଇଥିଲେ ଯେ ୨୦୧୩ରେ ହୋଇଥିବାରାଫେଲ୍  ଚୁକ୍ତି ପ୍ରକ୍ରିୟାର ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକୁପାଳନ କରୁଛି । ଗୋଟିଏ ଯୁଦ୍ଧ ବିମାନ ପିଛା ପ୍ରାୟ ୧,୬୭୦ କୋଟି ଟଙ୍କା ମୂଲ୍ୟରେ ଭାରତ ସରକାର ବିମାନ କ୍ରୟ କରିଥିବା ବେଳେ ୟୁପିଏ ସରକାର ଅମଳରେ ଏହାର ଦାମ ୫୨୬ କୋଟି ଟଙ୍କା ଥିଲା ବୋଲି କଂଗ୍ରେସ ଦାବି କରିଛି।  ସେପଟେ ରାଫେଲ ଡିଲରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗରେ ବ୍ରିଟିଶ ନାଗରୀକ ଖ୍ରୀଷ୍ଟିଆନ ମିଶେଲକୁ ଭାରତ ଆଣି ପଚରା ଉଚରା କରୁଛି ସିବିଆଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.