ସୁପ୍ରିମକୋର୍ଟଙ୍କ କଡ୍ଡା ତାଗିଦ୍, ଆସନ୍ତାବର୍ଷ ନୁହେଁ ଚଳିତ ବର୍ଷ ହିଁ ଏନ୍‌ଡିଏ ପରୀକ୍ଷାରେ ମହିଳାଙ୍କୁ ମିଳିବ ଚାନ୍ସ

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ ୨୨/୦୯: ଆସନ୍ତାବର୍ଷ ନୁହେଁ ଏହି ବର୍ଷରୁ ଏନଡିଏ ପ୍ରବେଶିକା ପରୀକ୍ଷା ଦେବେ ମହିଳା । ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀ‌ରେ ମହିଳାମାନଙ୍କୁ ୨୦୨୨ ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ।

ସୁପ୍ରିମକୋର୍ଟ କେନ୍ଦ୍ରର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୧୪ ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେବାକୁ ମହିଳାଙ୍କୁ ଅନୁମତି ଦିଆଯାଉ । ଶୁଣାଣି ସମୟରେ କୋର୍ଟ ଏହାକୁ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରି କହିଛନ୍ତି । ଯେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଶସ୍ତ୍ର ବାହିନୀ ସବୁଠାରୁ ଉପଯୁକ୍ତ । ସୂଚନା ଅନୁଯାୟୀ କୋର୍ଟ କହିଛନ୍ତି ଯେ ପରୀକ୍ଷା ପରେ ଯଦି କୌଣସି ସମସ୍ୟା ଉପୁଜେ ତେବେ ସରକାର କୋର୍ଟଙ୍କୁ ଜଣାଇ ପାରିବେ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଚାହୁଁ ନାହୁଁ ମହିଳାମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ହୁଅନ୍ତୁ । ଜଷ୍ଟିସ୍ ଏସ.କେ କୌଲ୍ କହିଛନ୍ତି ଯେ ଆମେ ପ୍ରକ୍ରିୟା ବିଳମ୍ବ କରିବାକୁ ଚାହୁଁନାହୁଁ । କୋର୍ଟ କହିଛନ୍ତି ଯେ ସଶସ୍ତ୍ର ବାହିନୀ ଅନେକ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିଛି । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି ଏବଂ ସେମାନେ ଏହାର ମୁକାବିଲା କରିବାକୁ ସମର୍ଥ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.