Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଧାନବାଦ୍ ଜଜ ହତ୍ୟା ମାମଲା: ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ, ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ଡିଜିପି ଏବଂ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

30/07/2021 at 6:54 PM

ନୂଆଦିଲ୍ଲୀ ୩୦।୦୭: ଧନବାଦ ଜଜ ମୃତ୍ୟୁ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଖଣ୍ଡପୀଠ ମାମଲାରେ ଡିଜିପି ଓ ମୁଖ୍ୟ ସଚିବଙ୍କୁ ସପ୍ତାହେ ଭିତରେ ରିପାେର୍ଟ ଦେବାକୁ ଆଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ରାଜ୍ୟର ଆଡଭୋକେଟ୍ ଜେନେରାଲଙ୍କୁ ହାଜର ହେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଦାଲତ ସମଗ୍ର ଦେଶରେ ଆଇନଜୀବୀ ଓ ଆଇନ ସହ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତିତ। ଏ ନେଇ କୋର୍ଟ ସମସ୍ତ ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି। ସଂପ୍ରତି ମାମଲାର ତଦନ୍ତ ଝାଡଖଣ୍ଡ ହାଇକୋର୍ଟର ତତ୍ଵାବଧାନରେ ଜାରି ରହିଛି। ପ୍ରଧାନ ବିଚାରପତି ଏନଭି ରମନ୍ନା ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ପୀଠ ଝାଡଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ସଚିବଙ୍କୁ ତଦନ୍ତର ସ୍ଥିତାବସ୍ଥା ସଂପର୍କରେ ରିପୋର୍ଟ ସପ୍ତାହେ ଭିତରେ ଦେବାକୁ କହିଛନ୍ତି। ସୂଚନାଯୋଗ୍ୟ, ଝାଡଖଣ୍ଡର ଧନବାଦରେ ଅତିରିକ୍ତ  ଜିଲ୍ଲା ଦୌରାଜଜ ଉତ୍ତମ ଆନନ୍ଦଙ୍କୁ ଅଟୋରେ ଧକ୍କା ଦେଇ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଝାଡଖଣ୍ଡ ପୋଲିସର ମୁଖପାତ୍ର ଅମୋଲ ବି ହୋମକରଙ୍କ ଅନୁଯାୟୀ, ମାମଲାରେ ଅଟୋ ଚାଳକ ଲଖନ ବର୍ମା ଓ ତାର ସହଯୋଗୀ ରାହୁଲ ବର୍ମାକୁ ଗିରଫ କରାଯାଇଛି। ଜେରା ବେଳେ ଲଖନ ସ୍ଵୀକାର କରିଛି ଯେ, ସେ ଅଟୋରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଧକ୍କା ମାରିଥିଲା।

ଧନବାଦ ଜିଲ୍ଲା ପୋଲିସ ଉକ୍ତ ଅଟୋକୁ ବୁଧବାର ବିଳମ୍ଵିତ ରାତ୍ରିରେ ଗିରିଡିହରୁ ଜବତ କରିଛି। ତଦନ୍ତରୁ ଜଣା ପଡିଛି ଯେ, ଅଟୋ ମଙ୍ଗଳବାର ଚୋରି ହୋଇଥିଲା। ବୁଧବାର ସକାଳ ପ୍ରାୟ ୫ଟାରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଧକ୍କା ମରାଯାଇଥିଲା। ଗୁରୁତର ଆହତ ଜଜଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

   Related Posts