ଏବର୍ଷ ହେବନାହିଁ ରଥଯାତ୍ରା: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
18/06/2020 at 12:36 PM

ନୂଆଦିଲ୍ଲୀ ୧୮।୦୬ : ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଚଳିତ ବର୍ଷ ପାଇଁ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨୩ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ଘୋଷଯାତ୍ରାକୁ ସ୍ଥଗିତ ରଖିବାକୁ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିକୁ ନେଇ ଗଠିତ ପୀଠ ଭିଡିଓ କନ୍ଫରେନ୍ସି ଜରିଆରେ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଆୟୋଜନକୁ ବାରଣ କରିବା ଅବସରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ମହାମାରୀ ସମୟରେ ଲୋକଙ୍କ ସମାବେଶ ବା ଏକାଠି ହେବାକୁ ଅନୁମତି ଦିଆଯାଇପାରିବ ନାହିଁ । ଏଥିପାଇଁ ଅନୁମତି ଦେଲେ ମହାପ୍ରଭୂ ଜଗନ୍ନାଥ ଆମକୁ କ୍ଷମା କରିବା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
Supreme Court stays the annual Rath Yatra at Puri’s Jagannath Temple in Odisha on June 23 pic.twitter.com/lEoWjBYipn
— ANI (@ANI) June 18, 2020
କୋଭିଡ୍ ମହାମାରୀ ସ୍ଥିତି ଦୃଷ୍ଟିରୁ ଚଳିତ ବର୍ଷ ପୁରୀରେ ବିଜେ ତିନିଠାକୁରଙ୍କ ରଥାଯାତ୍ରା ନେଇ ଅନିଶ୍ଚିତତା ଦେଖାଦେଇଥିଲା । କରୋନା ମୁକାବିଲା ଲାଗି ଲକ୍ଡାଉନ୍ ତଥା ସାମାଜିକ ଦୂରତା ନିୟମ ଦୃଷ୍ଟିରୁ ଦେବାଳୟ ଗୁଡିକରେ ପ୍ରଭୁଙ୍କ ରୀତିନିତୀ ପ୍ରଭାବିତ ହୋଇଥିଲା ମଧ୍ୟ ଶ୍ରୀମନ୍ଦିରର ନୀତିକାନ୍ତି ପ୍ରଭାବିତ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ଦୃଷ୍ଟିରୁ ବିନା ଭକ୍ତରେ ଅନେକ ରୀତିନୀତି ଅନୁଷ୍ଠିତ ହୋଇଛି । ଏହି ପ୍ରରିପେକ୍ଷୀରେ ଜୁନ୍ ୨୩ରେ ହେବାକୁ ଥିବା ରଥଯାତ୍ରା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ରଥଯାତ୍ରା ନେଇ ପ୍ରସ୍ତୁତି କରୁଥିଲେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କହିଥିଲେ । ସେପଟେ କେନ୍ଦ୍ର ସରକାର ଏବଂ ଓଡିଶା ହାଇକୋର୍ଟ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ । ସେପଟେ ଓଡିଶା ବିକାଶ ପରିଷଦ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ସେପଟେ ଅନ୍ୟ ଦୁଇଟି କାଭେଟ୍ ପିଟିସନ ମଧ୍ୟ ଦାଖଲ ହୋଇଥିଲା । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଚଳିତ ବର୍ଷ ର ରଥାଯାତ୍ରାକୁ ବାରଣ କରିଛନ୍ତି ।
