ବରିଷ୍ଠ ଆଇନଜୀବୀ ରାମ ଜେଠମଲାନିଙ୍କ ପରଲୋକ

Published By : Prameya-News7 Bureau | September 08, 2019 IST

ନୂଆଦିଲ୍ଲୀ ୮/୯: ଖ୍ୟାତନାମା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମାଲାନିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ଦେହାନ୍ତ ହୋଇଛି। ଦୁଇ ସପ୍ତାହ ଧରି  ଏକ ଡାକ୍ତରୀ ଟିମର ତାଙ୍କର ଚିକିତ୍ସା କରୁଥିଲା। ସେପ୍ଟେମ୍ବର ୧୪,୧୯୨୩  ସିନ୍ଧ ଅଞ୍ଚଳରେ ସେ ଜନ୍ମ ଗ୍ରହଣ କରିଥିଲେ। ଆଇନ ପେଶାରେ  ସୁପ୍ରିମକୋର୍ଟରେ ଅନେକ ଐତିହାସିକ ମାମଲା  ଲଢିଥିଲେ ରାମ ବୁଲଚାନ୍ଦ ଜେଠମାଲାନି।

{"id":154632}

୧୯୫୯ରେ କେ ଏମ  ନାନାବତି ବନାମ ମହାରାଷ୍ଟ୍ର ସରକାର ମାମଲା  ଲଢି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଷ୍ଟକମାର୍କେଟ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ହର୍ଷଦ ମେହେଟ୍ଟା ଓ କେତନ ପାରିଖ   ସେ ମାମଲା ଲଢିଥିଲେ। ଷଷ୍ଠ ଓ ସପ୍ତମ ଲୋକସଭା ନିର୍ବାଚନରେ ବିଜେପି  ଟିକେଟରେ ମୁମ୍ବାଇରୁ ଲଢି ସେ ସାଂସଦ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ର ଆଇନ ମନ୍ତ୍ରୀ ସହ ନଗର ଉନ୍ନୟନ ମନ୍ତ୍ରୀଭାବେ ଦାୟିତ୍ବ ତୁଲାଇ ଥିଲେ। ୨୦୦୪ ସାଧାରଣ ନିର୍ବାଚନରେ ସେ ଅଟଳ ବିହାରି ବାଜପେୟୀଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.