ଗୃହରେ ବହୁମତ ସାବ୍ୟସ୍ତ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ବୁଧବାର ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ ୧୭।୦୩: ମଧ୍ୟ ପ୍ରଦେଶରେ ବହୁମତ ପରୀକ୍ଷଣ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଯାଚିକା ଉପରେ ମୁଖ୍ୟମନ୍ତ୍ରୀ କମଲନାଥ, ମଧ୍ୟ ପ୍ରଦେଶ  ବିଧାନସଭାର ବାଚସ୍ପତି ଓ ରାଜ୍ୟପାଳଙ୍କୁ ନୋଟିସ୍ ଜାରି କରିଛନ୍ତି । କୋର୍ଟ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୧୮ ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତୀ ଶୁଣାଣି ଆସନ୍ତାକାଲି ହେବ ।

ଶିବରାଜ ସିଂହ ଚୌହାନଙ୍କ ପକ୍ଷରୁ  ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ, ଏହା ଗଣତନ୍ତ୍ର ପ୍ରତି ଉପହାସ । ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାଣିଶୁଣି କୋର୍ଟରେ କେହି ହାଜର ହୋଇ ନାହାନ୍ତି । ରାଜ୍ୟପାଳଙ୍କ ଆଦେଶକୁ ଅଣାଦେଖା କରାଯାଉଛି। ଆମେ ଚାହୁଁଛୁ ଯେ, ଗୃହରେ ବହୁମତ ପରୀକ୍ଷଣ କରାଯାଉ । ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ପୀଠ ମଙ୍ଗଳବାର କହିଛନ୍ତି ଯେ, ଏହି ସ୍ଥିତିରେ ଆମକୁ ନୋଟିସ୍ ଜାରି କରିବାକୁ ପଡିବ।

{"id":239742,"width":744,"height":418,"sizeSlug":"large"}

ସୁପ୍ରିମକୋର୍ଟ ମଧ୍ୟ ପ୍ରଦେଶ ସରକାରର ଓକିଲଙ୍କୁ ନୋଟିସ୍ ଦେବେ । ଇମେଲ୍ ଓ ହ୍ଵାଟ୍ସଆପରେ ମଧ୍ୟ ନୋଟିସ୍ ପଠାଯିବ ବୋଲି କୋର୍ଟ କହିଛନ୍ତି । ଶିବରାଜ ସିଂହ ଚୌହାନ ମାର୍ଚ୍ଚ ୨୬ ସୁଦ୍ଧା ବିଧାନସଭା କାର୍ଯ୍ୟ ସ୍ଥଗିତ ରଖିବା ବାଚସ୍ପତିଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରିଛନ୍ତି । ଯାଚିକାରେ ଦାବି କରାଯାଇଛି ଯେ, ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ୧୨ ଘଣ୍ଟାରେ ବହୁମତ ପରୀକ୍ଷଣ କରିବାକୁ ଆଦେଶ ଦିଅନ୍ତୁ।

ଶିବରାଜ କହିଛନ୍ତି ଯେ, କଂଗ୍ରେସରୁ ଇସ୍ତଫା ଦେଇଥିବା ୨୨ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କ ଇସ୍ତଫା ବାଚସ୍ପତି ମଞ୍ଜୁରୀ କରି ସାରିଛନ୍ତି। ଅନ୍ୟ ୧୬ ବିଧାୟକ ମଧ୍ୟ ନିଜର ଇସ୍ତଫା ମଞ୍ଜୁର କରିବାକୁ ଦାବି କରିଛନ୍ତି। ତିନି ଥରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, କମଲନାଥ ସରକାର ନିଜର ଅଳ୍ପମତ ସରକାରକୁ ଜାରି ରଖିବାକୁ ବିଧାୟକଙ୍କୁ ଧମକ ଏବଂ ଲାଞ୍ଚ ଯାଚୁଛନ୍ତି।

{"id":239743,"width":751,"height":501,"sizeSlug":"large"}

ସେ ଦୃଢତାର ସହ କହିଛନ୍ତି ଯେ, ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିଧାନସଭାର ପ୍ରମୁଖ ସଚିବ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ କରୁଛନ୍ତି ଏବଂ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଜାଣି ଶୁଣି ଅଣଦେଖା କରୁଛନ୍ତି। ମାର୍ଚ୍ଚ ୧୬ରେ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ କୁହାଯାଇଥିଲା। ଏହି ଦିନ ବଜେଟ୍ ଅଧିବେଶନ ଆରମ୍ଭ ହେବାର ଥିଲା ବୋଲି ଚୌହାନ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.