ପୋକ୍ସୋ ମାମଲା ନେଇ ଚିନ୍ତା : ୩୦୦ରୁ ଅଧିକ ମାମଲା ଥିବା ଜିଲ୍ଲାରେ ପୋକ୍ସୋ କୋର୍ଟ ପ୍ରତିଷ୍ଠା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 17, 2019 IST

ନୂଆଦିଲ୍ଲୀ ୧୭।୧୨: ଦେଶରେ ନାବାଳକ / ନାବାଳିକାଙ୍କ ଉପରେ ବଢୁଥିବା ଯୌନ ଉତ୍ପୀଡନକୁ ନଜର ରଖି ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟ ସୋମବାର ଦିନ ଏହା ଉପରେ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁସବୁ ଜିଲ୍ଲାମାନଙ୍କରେ ୩୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ସେଠାରେ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଉ । କେବଳ ଯୌନ ଉତ୍ପୀଡନ ନେଇ ଚାଇଲ୍ଡ ପ୍ରୋଟକ୍ସନ ଆକ୍ଟ-୨୦୦୨ ( ପୋକ୍ସୋ)ରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

{"id":194890,"sizeSlug":"large"}

ଦେଶରେ ଯେଉଁସବୁ ଜିଲ୍ଲାରେ ୧୦୦ରୁ ଅଧିକ ମାମଲା ରୁଜୁ ରହିଛି । ସେହିଠାରେ ଗୋଟେ ଗୋଟେ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ  ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୨୫ଜୁଲାଇରେ ଏକ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ । ଏଥିରେ ନ୍ୟାୟିକ ଅଧିକାରୀଙ୍କୁ ଓ ଷ୍ଟାପ୍ ନିଯୁ୍କ୍ତି ପାଇଁ ସୁବିଧା ଉପଲବ୍ଧ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ବୋଲି କୁହାଯାଇଥିଲା ।

ଏହିସବୁ ସ୍ବତନ୍ତ୍ର କୋର୍ଟରେ  ପୋକ୍ସୋ ମାମଲାର ଶୁଣାଣି କରାଯିବା ନେଇ ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋସଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଯୌନ ଉତ୍ପୀଡନ ବିରୋଧରେ ସଚେତନତା ପାଇଁ ଛୋଟ ଫିଲ୍ମ ନିର୍ମାଣ କରାଯିବା ଉଚିତ୍ । ଯାହାକୁ ସିନେମା ଘର ଓ ଟିଭି ଚ୍ୟାନେଲରେ ନିୟମିତ ଦେଖାଯିବ ଉଚିତ୍ ବୋଲି କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଯେଉଁସବୁ ସ୍ଥାନରେ ପୋକ୍ସୋ  ଆକ୍ଟରେ କମ୍ ମାମଲା ଆସୁଛି । ସେହିଠାରେ ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ମଧ୍ୟ ସ୍ବତନ୍ତ୍ର କୋର୍ଟ ମଧ୍ୟ ପ୍ରତିଷ୍ଠା କରାଯାଉ । ଜଷ୍ଟିସ ଦୀପକ ଗୁପ୍ତା ଏହା ମଧ୍ୟ କହିଥିଲେ କି, ମୁଁ ହାଇକୋର୍ଟରେ ଜଜ ରହିସାରିଛି । ଏହ ମଧ୍ୟ ଜାଣିଛି ଯେ, ଯେଉଁ ସବୁସ୍ଥାନରେ କୋର୍ଟର ସଂଖ୍ୟା ଅଧିକ ଓ କାମ କମ୍ ରହିଥାଏ,  ସେହିଠାରେ ଏହି ବ୍ୟବସ୍ଥାକୁ ଅପ୍ରଭାବୀ କରିଦେଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.