ଇଣ୍ଟରନେଟ୍ ନିଷିଦ୍ଧାଦେଶ ମୌଳିକ ଅଧିକାରର ଉଲ୍ଲଂଘନ: ସୁପ୍ରିମକୋର୍ଟ

Published By : Prameya-News7 Bureau | January 10, 2020 IST

ନୂଆଦିଲ୍ଲୀ ୧୦।୦୧: କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ରକୁ ତାଗିଦ କଲେ ସୁପ୍ରିମକୋର୍ଟ । ଜାମ୍ମୁ-କାଶ୍ମୀରରେ ଲଗାତର ୧୪୪ ଧାରା ଜାରି ରଖିବା ସହିତ ଇଣ୍ଟରନେଟ୍‌ ଉପରେ ନିଷିଦ୍ଧାଦେଶ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି । ଜାରି ହୋଇଥିବା କଟକଣାର ୭ ଦିନରେ ସମୀକ୍ଷା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଜାମ୍ମୁ-କାଶ୍ମୀର ସ୍ଥିତି ଅନୁଧ୍ୟାନ କରୁଥିବା ୧୬ଟି ଦେଶର ରାଷ୍ଟ୍ରଦୂତ ସେଠାକାର ସ୍ଥିତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।

{"id":209514,"sizeSlug":"large"}

ଇଣ୍ଟରନେଟ୍ ଉପରେ ଲଗାତର କଟକଣା ଲଗାଇବା ମୌଳିକ ଅଧିକାରର ଉଲ୍ଲଂଘନ । ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ଲଗା ଯାଇଥିବା କଟକଣାକୁ ନେଇ କେନ୍ଦ୍ରକୁ ବାରମ୍ବାର ସମୟ ଦେଇଆସିଥିବା ସୁପ୍ରିମକୋର୍ଟ ଏଥର କିନ୍ତୁ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ସପ୍ତାହକ ଭିତରେ ସ୍ଥିତିର ସମୀକ୍ଷା କରି କହିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

{"id":209515,"sizeSlug":"large"}

କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଅନ୍ୟ କେତେକଙ୍କର ଆବେଦନର ସମୀକ୍ଷା କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜାମ୍ମୁ କାଶ୍ମୀରରେ ବ୍ୟାଙ୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଏବଂ ସବୁ ପ୍ରକାରର ଜରୁରୀ ସେବା ପ୍ରଦାନ କରୁଥିବା ସଂସ୍ଥା ଗୁଡ଼ିକୁ ତୁରନ୍ତ ଇଣ୍ଟରନେଟ୍‌ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ । ଇଣ୍ଟରନେଟ୍‌ ସେବା ବ୍ୟବହାରକୁ ଅଭିବ୍ୟକ୍ତିର ଅଧିକାର ବୋଲି କୋର୍ଟ କହିଛନ୍ତି ।

{"id":209516,"sizeSlug":"large"}

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ୧୬୦ ଦିନ ହେଲାଣି ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ ଓ ଟେଲି ଯୋଗାଯୋଗ ବନ୍ଦ ରହିଛି । ସୁପ୍ରିମକୋର୍ଟଙ୍କ ୩ ଜଣିଆ ବେଞ୍ଚ୍‌ ମାମଲାର ଶୁଣାଣି କରି କହିଛନ୍ତି ଯେ ଲୋକଙ୍କର ଅସହମତି ପ୍ରକାଶ କରିବାର ସଂପୂର୍ଣ୍ଣ ଅଧିକାର ଅଛି । ସେପଟେ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅସ୍ତ୍ର କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ। 

{"id":209517,"sizeSlug":"large"}

ସେପଟେ କିନ୍ତୁ ଦୁଇଦିନିଆ କାଶ୍ମୀର ଗସ୍ତରେ ଯାଇଥିବା ୧୬ ଦେଶର ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳୀ ସନ୍ତୋଷ ବ୍ୟକ୍ତ କରିଛି। ଗୁରୁବାର ଶ୍ରୀନଗରରେ ଓ ଶୁକ୍ରବାର ଜାମ୍ମୁରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ।  ଟେଲିଫୋନ ଓ ଇଣ୍ଟରନେଟ କଟକଣା ପାଇଁ ଲୋକେ ହଇରାଣ ହେଉଛନ୍ତି କି ବୋଲି ରାଷ୍ଟ୍ରଦୂତମାନେ ଲୋକଙ୍କୁ ପ୍ରଶ୍ନ କରିଥିଲେ। ଆଉ ଲୋକେ କହିଥିଲେ ହଁ  ହଇରାଣ ତ ହେଉଛୁ କିନ୍ତୁ ଆମ ପାଇଁ ସୁରକ୍ଷା ଅଧିକ ଜରୁରୀ । ପାକିସ୍ତାନ ଉପତ୍ୟାକାରେ ଉତ୍ତେଜନା ସୃଷ୍ଟି କରୁଥିବା ସେମାନେ ସିଧା ବଖାଣିଥିଲେ।

ସେପଟେ କାଶ୍ମୀର ସ୍ଥିତି ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ମିଥ୍ୟା ପ୍ରଚାର ଚଳାଇଥିବା ବେଳେ ଜାତିସଂଘରେ ଏହାର ଜବାବ ଦେଇଛନ୍ତି ସ୍ଥାୟୀ ଦୂତ ସୟଦ ଆକବରୁଦ୍ଦିନ । ସେ କହିଛନ୍ତି ଯେ ପାକିସ୍ତାନର ମିଛକୁ କେହି ଗ୍ରହଣ କରିବେ ନାହିଁ । ଗୋଟିଏ ପଟେ କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ନିଜର ସ୍ଥିତିକୁ ଦୃଢ଼ କରିବାରେ ଲାଗିଥିବା ବେଳେ ଅନ୍ୟପଟେ ଦେଶ ଭିତରେ କିନ୍ତୁ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.